ହାମିଲଟନ୍: ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଟ୍ବିଟରରେ ପ୍ରକାଶ କରିଥିବା ଏକ ଫଟୋ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି। ଏହି ଫଟୋରେ କୋହଲିଙ୍କୁ ଯୁବ ତାରକା ପୃଥ୍ବୀ ସ’ ଓ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସହ ଦେଖିବାକୁ ମିଳୁଛି। ତିନି ଜଣ ଯାକ ଉପରକୁ ଆଖି ତରାଟି ଚାହିଁଛନ୍ତି। ଫଟୋଟି ତଳେ କୋହଲି ଲେଖିଛନ୍ତି ଯେ ନୟା ପୋଷ୍ଟ, ସୁନ୍ଦର ଦୋସ୍ତ (ନୂଆ ଫଟୋ, ସୁନ୍ଦର ବନ୍ଧୁ)। ଯାହାକୁ ଦେଖି ପ୍ରଶଂସକ ହସି ହସି ବେଦମ ହୋଇ ଯାଉଛନ୍ତି। ଅଭ୍ୟାସ ମ୍ୟାଚ୍ରେ କୋହଲି ଭାରତର ଉଭୟ ପାଳିରେ ବ୍ୟାଟିଂ କରିବାକୁ ଆସି ନଥିଲେ। ବରଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ। ଏଥିରେ ସ’ ପ୍ରଥମ ପାଳିରେ ଖାତା ଖୋଲି ପାରିନଥିଲା ବେଳେ ଦ୍ବିତୀୟରେ ୩୯ ରନ୍ କରିଥିଲେ। ଅନ୍ୟପକ୍ଷରେ ସାମି ନ୍ୟୁଜିଲାଣ୍ଡ ଏକାଦଶର ପ୍ରଥମ ପାଳିରେ ୩ ୱିକେଟ୍ କରାୟତ୍ତ କରିଥିଲେ।
ସିଲି ପଏଣ୍ଟ୍:ସ’ ଓ ସାମିଙ୍କ ସହ କୋହଲିଙ୍କ କୌତୁକିଆ ଫଟୋ
Advertisment
Follow Us