ସିଲି ପଏଣ୍ଟ୍‌: ଚେନ୍ନାଇ ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ରେଳ

Advertisment
ସିଲି ପଏଣ୍ଟ୍‌: ଚେନ୍ନାଇ ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ରେଳ

ଚେନ୍ନାଇ: କାବେରି ଜଳ ବଣ୍ଟନ ବିବାଦ ପାଇଁ ତାମିଲନାଡୁରେ ହୋଇଥିବା ବ୍ୟାପକ ବିରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ ପାଇଁ ଚେନ୍ନାଇର ଘରୋଇ ମ୍ୟାଚ୍‌ ପୁନେ ସ୍ଥାନାନ୍ତର ହୋଇଛି। ସେଥିପାଇଁ ସବୁଠୁ ବେଶୀ ଦୁଃଖୀ ଏହି ଦଳର ଘରୋଇ ସମର୍ଥକ ହୋଇଛନ୍ତି। ସେମାନଙ୍କ ନିରାଶାକୁ ଚେନ୍ନାଇ ସୁପରକିଙ୍ଗ୍ସର ବରିଷ୍ଠ ଅଧିକାରୀମାନେ ବି ବୁଝି ପାରିଛନ୍ତି। ସେଥିପାଇଁ ଶୁକ୍ରବାରର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ଲାଗି ଚେନ୍ନାଇରୁ ପୁନେ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ରେଳର ବ୍ୟବସ୍ଥା ଚେନ୍ନାଇ ଦଳ ପକ୍ଷରୁ କରାଯାଇଛି। ପାଖା ପାଖି ୧୦୦୦ ଚେନ୍ନାଇ ପ୍ରଶଂସକଙ୍କୁ ନେଇ ଏହି ରେଳଗାଡ଼ି ଆସନ୍ତାକାଲି ପୁନେ ପହଞ୍ଚିବ। ଯାହାର ନା ହ୍ଵିସିଲ ପୋଦୁ ଏକ୍ସପ୍ରେସ୍‌ ରଖା ଯାଇଛି। ପ୍ରଶଂସକଙ୍କ ଖାଇବା ରହିବା, ହୋଟେଲରୁ ଷ୍ଟାଡିୟମକୁ ଯିବାର ଗମନା ଗମନ ଖର୍ଚ ଏବଂ ମ୍ୟାଚ୍‌ ଟିକେଟ ଏସବୁର ବ୍ୟବସ୍ଥା ଚେନ୍ନାଇ ସୁପରକିଙ୍ଗ୍ସ ଦଳ ପକ୍ଷରୁ କରାଯାଇଛି। କେବଳ ଶୁକ୍ରବାର ମ୍ୟାଚ୍‌ ପାଇଁ ଏହି ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe