ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନ୍ ଖୁବଶୀଘ୍ର ଅଭିନୟ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ସୁପରଷ୍ଟାର ବିକ୍ରମଙ୍କ ଅଭିନିତ ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିବ। ଇର୍ଫାନ୍ ସୋମବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଅଜୟ ଗୁଣମୁ୍ଥୁ ଏହି ଚଳଚ୍ଚିତ୍ରାର ନିର୍ଦେଶନା ଦେବେ। ଚଳଚ୍ଚିତ୍ରର କାହାଣୀ, ପଟ୍ଟକଥା କିମ୍ବା ସୁଟିଂ ନେଇ ପଠାନ କିନ୍ତୁ କୌଣସି ସୂଚନା ଦେଇ ନାହାନ୍ତି। ଏକ ଭିଡିଓ ପ୍ରକାଶ କରି କେବଳ ଏତିକି ଲେଖିଛନ୍ତି ଯେ ନୂଆ ଉଦ୍ୟମ, ନୂଆ ଆହ୍ବାନ, ଏହାର ଅପେକ୍ଷାରେ।
ସିଲି ପଏଣ୍ଟ୍: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଇର୍ଫାନ୍
Advertisment
Follow Us