PRETORIA, SOUTH AFRICA - JANUARY 14: Lungi Ngidi of South Africa expresses his elation as he takes questions from the media in a press conference that followed his test debut, in which the tall Protea took his first wicket during day 2 of the 2nd Sunfoil Test match between South Africa and India at SuperSport Park on January 14, 2018 in Pretoria, South Africa. (Photo by Sydney Seshibedi/Gallo Images)
ଜୋହାନେସବର୍ଗ: ମାଲାୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିଅର ଏବେ ଭାରତର ଘରେ ଘରେ ପରିଚିତ। ମୁକ୍ତିଲାଭ ଅପେକ୍ଷାରେ ଥିବା ‘ଓରୁ ଆଧାର ଲଭ୍’ ନାମକ ଏକ ଚଳଚ୍ଚିତ୍ରର ‘ମନିଖ୍ୟା ମାଲାରାୟା ପୁଭି’ଗୀତରେ ନିଜ ନିଆରା ଭ୍ରୁଲତା କୁଞ୍ଚନ ପାଇଁ ସାରା ଦେଶରେ ଚହଳ ସୃଷ୍ଟି କରିଥିବା ପ୍ରିୟାଙ୍କ ବିଦେଶୀ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ସାମାଜିକ ଗଣମାଧ୍ୟମରେ ଚହଳ ସୃଷ୍ଟି କରିଥିବା ପ୍ରିୟାଙ୍କ ପ୍ରଶଂସକ ତାଲିକାରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଲୁଙ୍ଗି ଏନ୍ଗିଡ଼ି ସାମିଲ ହୋଇଛନ୍ତି। ଜଣେ ପ୍ରଶଂସକ ପ୍ରିୟାଙ୍କ ସେହି ଚର୍ଚିତ ଭିଡିଓକୁ ଏନଗିଡ଼ିଙ୍କ ଫଟୋ ସହ ଯୋଡ଼ି ଟ୍ଵିଟ୍ କରିବା ପରେ ଏନ୍ଗିଡ଼ି ପ୍ରିୟାଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ସେ ଏହି ଭିଡିଓକୁ ବେଶ୍ ପସନ୍ଦ କରିଛନ୍ତି। ଏପରିକି ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସରେ ସେ ଏହି ଭିଡିଓ ଟିକୁ ରି ଟ୍ଵିଟ୍ କରିଥିଲେ। ଏଥିରେ ପ୍ରିୟାଙ୍କ ଭାବଭଙ୍ଗୀକୁ ପସନ୍ଦ କରି ଏନ୍ଗିଡ଼ି ମନଖୋଲା ହସ ହସୁଥିବା ଦେଖିବାକୁ ମିଳୁଛି। ଏନ୍ଗିଡ଼ି ଚଳିତ ବର୍ଷର ଆଇପିଏଲ୍ରେ ଦକ୍ଷିଣ ଭାରତୀୟ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିବାର ଅଛି। ସେଥିପାଇଁ ଆଇପିଏଲ୍ ବେଳେ ସେ ହୁଏତ ପ୍ରିୟାଙ୍କୁ ସାକ୍ଷାତକରି ପାରନ୍ତି ବୋଲି ପ୍ରଶଂସକମାନେ ଆକଳନ କରିଛନ୍ତି। ସୂଚନାଯୋଗ୍ୟ ଯେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାକୁ ୨-୧ରେ ଟେଷ୍ଟ ଶୃଙ୍ଖଳା ବିଜୟୀ କରାଇବାରେ ଏନ୍ଗିଡ଼ି ପ୍ରମୁଖ ଭୂମିକା ତୁଲାଇଥିଲେ।
Follow Us