ସିଲି ପଏଣ୍ଟ୍‌: ଭୁଟାନ ଭ୍ରମଣର ଫଟୋ ଛାଡ଼ିଲେ କୋହଲି

ସିଲି ପଏଣ୍ଟ୍‌: ଭୁଟାନ ଭ୍ରମଣର ଫଟୋ ଛାଡ଼ିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି କିଛି ଦିନ ଛୁଟି ନେଇ ସପତ୍ନୀକ ଭୁଟାନ ଭ୍ରମଣରେ ଯାଇଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହ ‌ସେଠାରେ ନିଜର ୩୧ତମ ଜନ୍ମ ଦିନ ମଧ୍ୟ ପାଳନ କରିଥିଲେ। ଏହି ଭୁଟାନ ଭ୍ରମଣ ସମୟର ଏକ ଫଟୋକୁ ଗୁରୁବାର କୋହଲି ସାମାଜିକ ଗଣମାଧ୍ୟମରେ ଛାଡ଼ିଥି‌ଲେ। ଟ୍ବିଟର୍‌ରେ ଛାଡ଼ିଥିବା ଏହି ଫଟୋରେ ସେ ଲେଖିଥିଲେ ‘ତୁମକୁ ଯଦି ପ୍ରାକୃତିକ ସୁନ୍ଦରତାର ନିକଟବର୍ତୀ ହେବାକୁ ସୁଯୋଗ ମିଳିଲା, ସେଠାରେ ହିଁ ତୁମର ସମସ୍ତ ବିଚାର ବନ୍ଦ ହୋଇ ଯାଇଥାଏ ଏବଂ ନିଜକୁ ସେହି ସୌନ୍ଦର୍ଯ୍ୟରେ ହଜାଇବା ଭଳି ଅନୁଭବ ହେବା ସହ ଐଶ୍ବରିକ ଶକ୍ତି ମିଳିଥାଏ। ଏଥି ପାଇଁ କୃତଜ୍ଞ।’ ଏଥି ସହ କୋହଲି ଜନ୍ମ ଦିନର ଶୁଭେଚ୍ଛା ଲାଗି ସମସ୍ତ ପ୍ରଶଂସକଙ୍କୁ ଟ୍ବିଟର୍‌ ଜରିଆରେ ଧନ୍ୟବାଦ ମଧ୍ୟ ପ୍ରଦାନ କରିଥିଲେ। ‘ଧାର୍ମିକ ସ୍ଥାନ ଭ୍ରମଣ ବେଳେ ମୋତେ ମିଳିଥିବା ଆଶୀର୍ବାଦ ଲାଗି ମୁଁ ନତମସ୍ତ। ଏଥିସହ ଜନ୍ମ ଦିନ ଅବସରରେ ମିଳିଥିବା ଅଜସ୍ର ଶୁଭେଚ୍ଛା ଲାଗି ସମସ୍ତଙ୍କୁ କୃତଜ୍ଞତା ଜଣାଉଛି’ ବୋଲି କୋହଲି ଟ୍ବିଟ୍‌ କରିଥିଲେ। ସୂଚନାଯୋଗ୍ୟ, କୋହଲି ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଛନ୍ତି। ତାଙ୍କ ସ୍ଥାନରେ ‌ରୋହିତ ଶର୍ମା ଅଧିନାୟକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe