ସିକେ ନାଇଡୁରେ ରେଳବାଇର ବିସ୍ଫୋରକ ପ୍ରତ୍ୟାବର୍ତ୍ତନ

Advertisment

୨ଟି ଶତକ, ୭୮ ଓଭର୍‌ରେ ୪୦୨ ରନ୍‌ O ଓଡ଼ିଶା ପ୍ରଥମ ପାଳିରେ ୨୭୧ ରନ୍‌ରେ ଆଗୁଆ

୨ଟି ଶତକ, ୭୮ ଓଭର୍‌ରେ ୪୦୨ ରନ୍‌ O ଓଡ଼ିଶା ପ୍ରଥମ ପାଳିରେ ୨୭୧ ରନ୍‌ରେ ଆଗୁଆ

ସିକେ ନାଇଡୁରେ ରେଳବାଇର ବିସ୍ଫୋରକ ପ୍ରତ୍ୟାବର୍ତ୍ତନ

ସମ୍ବଲପୁର: କର୍ନେଲ ସିକେ ନାଇଡୁ ଟ୍ରଫି ୨୩ ବର୍ଷରୁ କମ୍‌ ମ୍ୟାଚ୍‌ର ପ୍ରଥମ ପାଳିରେ ଘରୋଇ ଓଡ଼ିଶା ଦଳ ୨୭୧ ରନ୍‌ର ବୃହତ ଅଗ୍ରଣୀ ହାସଲ କରିବା ପରେ ଦ୍ବିତୀୟ ପାଳିରେ ଭ୍ରମଣକାରୀ ରେଳବାଇ ଦଳ ବି ଏହାର ଦୃଢ଼ ଜବାବ ଦେଇଛି। ଦ୍ବିତୀୟ ପାଳିରେ ବିସ୍ଫୋରକ ବ୍ୟାଟିଂ କରି ଏହି ଦଳ ମାତ୍ର ୭୮ ଓଭରରେ ୩ ୱିକେଟ୍‌ ହରାଇ ୪୦୨ ରନ୍ ସଂଗ୍ରହ କରି ନେଇଛି। ଫଳରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ହାତରେ ୭ ୱିକେଟ୍‌ ବାକି ଥାଇ ରେଳ ଦଳ ୧୩୧ ରନ୍‌ରେ ଆଗୁଆ ହୋଇଛି। ଏହି ଦଳର ଦୁଇ ବ୍ୟାଟ୍‌ସମ୍ୟାନ୍‌ ସାହିମ ହସନ ଏବଂ ଅର୍ଜିତ ସିଂହ ଶତକ ହାସଲ ସହ ଅସମାପ୍ତ ଚତୁର୍ଥ ୱିକେଟ୍‌ରେ ୨୩୯ ରନ୍‌ ଯୋଡ଼ି ସାରିଛନ୍ତି। ରେଳବାଇର ଏହି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଓଡ଼ିଶାର ବିଜୟ ଆଶାକୁ ଏକପ୍ରକାର ଧୂଳିସାତ୍ କରି ଦେଇଛି। ରେଳବାଇର ପ୍ରଥମ ପାଳିକୁ ମାତ୍ର ୧୧୩ ରନ୍‌ରେ ସୀମିତ ରଖିଥିବା ଘରୋଇ ବୋଲର୍‌ ଦ୍ବିତୀୟ ପାଳିରେ ପ୍ରାରମ୍ଭିକ ସଫଳତା ପାଇଥିଲେ ବି ସାହିମ ଏବଂ ଅର୍ଜିତଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନଥିଲେ।
ଭିଏସଏସ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ମ୍ୟାଚ୍‌ର ଦ୍ବିତୀୟ ଦିନର ଖେଳ ୩୬୮/୭ରୁ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶାର ପ୍ରଥମ ପାଳି ୩୮୪ ରନ୍‌ରେ ଶେଷ ହୋଇ ଯାଇଥିଲା। ମାତ୍ର ୧୬ ରନ୍‌ ଯୋଡ଼ି ଘରୋଇ ଦଳ ଅବଶିଷ୍ଟ ୩ ୱିକେଟ୍‌ ହରାଇଥିଲା। ଜବାବରେ ରେଳବାଇ ଦ୍ବିତୀୟ ପାଳିରେ ଦମ୍‌ଦାର ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍‌ରେ ଦଳ ୮୫ ରନ୍‌ ଯୋଡ଼ିଥିଲା। କରନ ଶର୍ମା ୬୧, ରିଷଭ ମିଶ୍ରା ୨୪ କରି ସ୍ଥାନୀୟ ଖେଳାଳି ପ୍ରଶାନ୍ତ ପାଣ୍ଡେଙ୍କ ଶିକାର ହୋଇଥିଲେ। ଏ ରାମ୍‌ (୫୦)ଙ୍କୁ କାର୍ତ୍ତିକ ବିଶ୍ବାଳ ପ୍ୟାଭିଲିୟନ୍‌ ଫେରାଇଥିଲେ। ତେବେ ଏହାପରେ ସାହିମ ଓ ଅର୍ଜିତଙ୍କ ସୋ' ଦେଖିବାକୁ ମିଳିଥିଲା। ଉଭୟ ଚମତ୍କାର ବ୍ୟାଟିଂ କରି ଦଳକୁ ବିପଦରୁ ଦୂରେଇ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe