ସିକେ ନାୟୁଡୁ ଟ୍ରଫି: ଉତ୍ତରାଖଣ୍ଡକୁ ହରାଇଲା ଓଡ଼ିଶା

ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଅଢ଼େଇ ଦିନରେ ଖେଳ ଶେଷ କରିବା ସହ ଏକ ପାଳି ଓ ୬୩ ରନ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଛି।

hhfhkhkh

ଭୁବନେଶ୍ବର: ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଅଢ଼େଇ ଦିନରେ ଖେଳ ଶେଷ କରିବା ସହ ଏକ ପାଳି ଓ ୬୩ ରନ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଛି। ଫଳରେ ଏଲିଟ୍‌ ଗ୍ରୁପ୍‌ ‘ଏ’ରେ ଓଡ଼ିଶା ପୂର୍ଣ୍ଣ ୬ ପଏଣ୍ଟ୍‌ ସହ ୧ ବୋନସ ପଏଣ୍ଟ୍‌, ୪ ବ୍ୟାଟିଂ ଓ ୪ ବୋଲିଂ ପଏଣ୍ଟ୍‌ ପାଇଛି। ସେହିଭଳି ମୋଟ୍‌ ୧୫ ପଏଣ୍ଟ୍‌ ସହ ଓଡ଼ିଶା ଏବେ ଶୀର୍ଷରେ ରହିଛି। ଉତ୍ତରାଖଣ୍ଡର ୧୬୦ ରନ୍‌କୁ ପିଛା କରି ଓଡ଼ିଶା ୩୮୨ ରନ୍‌ କରିବା ସହ ୨୨୨ ରନ୍‌ର ଅଗ୍ରଣୀ ପାଇଥିଲା।

ସାଇଦୀପ ମହାପାତ୍ରଙ୍କ ୧୧୯ ରନ୍‌ର ଶତକୀୟ ପାଳି ଉଲ୍ଲେଖନୀୟ ଥିଲା। ତାଙ୍କ ବ୍ୟତୀତ ଓମ୍‌ ଟି ମୁଣ୍ଡେ ୬୬, ଆଶୁତୋଷ ମାର୍ଣ୍ଡି ୫୯, ବିଶ୍ବ ବିଭବ ମୁଦୁଲି ୫୫ ରନ୍‌ ସ୍କୋର କରିଥିଲେ। କିନ୍ତୁ ଉତ୍ତରାଖଣ୍ଡ ଦ୍ବିତୀୟ ପାଳିରେ ୧୫୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯିବାରୁ ଓଡ଼ିଶା ଗୋଟିଏ ଦିନ ପୂର୍ବରୁ ‌ମ୍ୟାଚ୍‌ ଜିତିଯାଇଥିଲା। ତୃତୀୟ ଦିନରେ ବାଦଲ ବିଶ୍ବାଳ ୩, ଆଶୁତୋଷ ଛୁରିଆ, ଆୟୂଷ ବାରିକ ଓ ସାଇଦୀପ ମହାପାତ୍ର ୨ ୱିକେଟ୍‌ ଲେଖାଏଁ ନେଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ୨୦ ତାରିଖରୁ ବରଗଡ଼ର ବିକାଶ ପଡ଼ିଆରେ ମହାରାଷ୍ଟ୍ର ବିପକ୍ଷରେ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe