ସିକେ ନାୟୁଡୁ ଟ୍ରଫି: ତ୍ରିପୁରା ବିପକ୍ଷରେ ଓଡ଼ିଶାର ରୋମାଞ୍ଚକ ବିଜୟ

Advertisment

ସୁନ୍ଦରଗଡ଼ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ବିସିସିଆଇ ଘରୋଇ ମ୍ୟାଚ୍‌ରେ ଆୟୋଜକ ଓଡ଼ିଶା ରୋମାଞ୍ଚକର ବିଜୟ ହାସଲ କରିଛି। ୨୩ ବର୍ଷରୁ କମ୍‌ କର୍ନେଲ ସି‌କେ ନାୟୁଡୁ ଟ୍ରଫିର ଏହି ମ୍ୟାଚ୍‌ର...

ସୁନ୍ଦରଗଡ଼ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ବିସିସିଆଇ ଘରୋଇ ମ୍ୟାଚ୍‌ରେ ଆୟୋଜକ ଓଡ଼ିଶା ରୋମାଞ୍ଚକର ବିଜୟ ହାସଲ କରିଛି। ୨୩ ବର୍ଷରୁ କମ୍‌ କର୍ନେଲ ସି‌କେ ନାୟୁଡୁ ଟ୍ରଫିର ଏହି ମ୍ୟାଚ୍‌ର...

gdjggdjdgj

ସୁନ୍ଦରଗଡ଼: ସୁନ୍ଦରଗଡ଼ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ବିସିସିଆଇ ଘରୋଇ ମ୍ୟାଚ୍‌ରେ ଆୟୋଜକ ଓଡ଼ିଶା ରୋମାଞ୍ଚକର ବିଜୟ ହାସଲ କରିଛି। ୨୩ ବର୍ଷରୁ କମ୍‌ କର୍ନେଲ ସି‌କେ ନାୟୁଡୁ ଟ୍ରଫିର ଏହି ମ୍ୟାଚ୍‌ର ଶେଷ ଦିନରେ ଓଡ଼ିଶା ମାତ୍ର ୧୨ ରନ୍‌ରେ ତ୍ରିପୁରାକୁ ହରାଇ ଦେଇଛି। ୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭ୍ରମଣକାରୀ ଦଳ ସୋମବାର ସକାଳେ ତୃତୀୟ ଦିନର ସ୍କୋର୍‌ ୧୦୧/୬ରୁ ଖେଳି ଆଉ ମାତ୍ର ୩୬ ରନ୍‌ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍ ହରାଇଥିଲା। ୧୩୭ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା।

ପ୍ରଥମ ପାଳିରେ ୫ ୱିକେଟ୍‌ ନେଇଥିବା ଆଶୁତୋଷ ଛୁରିଆ ଦ୍ବିତୀୟ ପାଳିରେ ବି ୪ ୱିକେଟ୍ ଦଖଲ କରି ମୋଟ ୯ଟି ସଫଳତା ହାସଲ କରିଥିଲେ। ବିମଳ କୁମାର ମଧ୍ୟ ୪ ୱିକେଟ୍ ପାଇଥିଲେ। ସେହିପରି ବାଦଲ ଏବଂ ଆଶୁତୋଷ ମାରାଣ୍ଡି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଓଡ଼ିଶା ପ୍ରଥମ ପାଳିରେ ୧୫୭ ରନ୍‌ କରିଥିବାବେଳେ ତ୍ରିପୁରା ୧୩୧ ରନ୍ କରି ୨୬ ରନ୍‌ରେ ପାଳି ପଛୁଆ ରହିଥିଲା। ଓଡ଼ିଶା ଦ୍ବିତୀୟ ପାଳିରେ ୧୨୩ ରନ୍ କରି ତ୍ରିପୁରା ଆଗରେ ୧୫୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ଆଶୁତୋଷ ଓ ବିମଳ ତ୍ରିପୁରାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ଛୋଟ ସ୍କୋର୍‌ ସତ୍ତ୍ବେ ଦଳକୁ ବିଜୟୀ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe