କଟକ: ମହାରାଷ୍ଟ୍ରର ନାଗପୁରସ୍ଥିତ ଭିସିଏ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ବିଦର୍ଭ ବିପକ୍ଷରେ ସି.କେ. ନାୟୁଡୁ ଟ୍ରଫି ମ୍ୟାଚ୍ରେ ଓଡ଼ିଶା ଦଳ ସନ୍ଦୀପ ପଟ୍ଟନାୟକଙ୍କ ଅପରାଜିତ ଶତକ ବଳରେ ପ୍ରଥମ ଦିନ ୪ ୱିକେଟ୍ ହରାଇ ୨୮୧ ରନ୍ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଓଡ଼ିଶା ପ୍ରଥମ ଦିନ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୮୯.୩ ଓଭର ଖେଳିଥିଲା। ସନ୍ଦୀପ ପଟ୍ଟନାୟକ ୧୯୦ ବଲ୍ରୁ ୧୪ ଚୌକା ସହାୟତାରେ ୧୧୦ ରନ୍ କରି ଅପରାଜିତ ଅଛନ୍ତି। ତାଙ୍କ ବ୍ୟତୀତ ଓମ୍ ମୁଣ୍ଡେ ୧୭୩ ବଲ୍ରୁ ୧୧ ଚୌକା ସହାୟତାରେ ୮୫ ରନ୍ କରିଥିଲେ।
ସିକେ ନାୟୁଡୁ ଟ୍ରଫି: ସନ୍ଦୀପଙ୍କ ଶତକ: ଓଡ଼ିଶା ୨୮୧/୪
Advertisment
Follow Us