ସିକେ ନାୟୁଡୁ ଟ୍ରଫି: ମେଘାଳୟ ୨୦୧; ଓଡ଼ିଶା ୯୬/୫

Advertisment
ସିକେ ନାୟୁଡୁ ଟ୍ରଫି: ମେଘାଳୟ ୨୦୧; ଓଡ଼ିଶା ୯୬/୫

ବଲାଙ୍ଗୀର: ଓଡ଼ିଶା କ୍ରିକେଟ୍‌ ସଂଘ ଓ ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ସିକେ ନାୟୁଡୁ ଟ୍ରଫି ମୁକାବିଲାର ରବିବାର ପ୍ରଥମ ଦିବସରେ ୧୫ ୱିକେଟ୍‌ ଛଡ଼ିଛି। ଏଥିରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ମେଘାଳୟ ପ୍ରଥମ ପାଳିରେ ୨୦୧ ରନ୍‌ (୫୫ ଓଭର) କରି ସମସ୍ତ ୱିକେଟ୍‌ ହରାଇବା ପରେ ଓଡ଼ିଶା ୫ ୱିକେଟ୍‌ ବିନିମୟରେ ୯୬ ରନ୍‌ କରିଛି। ମେଘାଳୟ ପକ୍ଷରୁ ଜଶକିରଟ ସିଂହ ଅପରାଜିତ ୭୪ ରନ୍‌ କରିଥିଲା ବେଳେ କ୍ରିଷ୍ଟୋଫର ୩୪ ଓ ମନୀଷ ୧୬ ରନ୍‌ କରିଥିଲେ। ଆଶୁତୋଷ ଛୁରିଆ ଓ ସନ୍ଦୀପ ପଟ୍ଟନାୟକ ୩ ଲେଖାଏଁ ଏବଂ ଅୟସକାନ୍ତ ସାହୁ ୨ ୱିକେଟ ଅକ୍ତିଆର କରିଥିଲେ। ଓଡ଼ିଶା ପାଳିରେ ଗୌରବ ଚୌଧୁରୀ ୪୧, ସ୍ୱସ୍ତିକ ସାମଲ ଅପରାଜିତ ୩୪ ରନ୍‌ କରିଛନ୍ତି। ମେଘାଳୟ ପକ୍ଷରୁ ରାମ ୩ ୱିକେଟ ନେଇଛନ୍ତି।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଓ ଜିଲ୍ଲାପାଳ ଚଂଚଳ ରାଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା ଉଦ୍‌ଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ସଂସଦ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥୀ, ଯୁଗ୍ମ ସଂପାଦକ ପଦ୍ନଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, କ୍ରିକେଟ୍‌ ସଂପାଦକ ଓମ ପ୍ରକାଶ ଚାନ୍ଦ, ଫୁଟ୍‌ବଲ୍‌ ସଂପାଦକ ହେମନ୍ତ ବେହେରା, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ସୁଧୀର ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର ମିଶ୍ର, କ୍ରିକେଟ୍ କୋଚ୍‌ ଅରୁଣ ନାଏକ, ସୂର୍ଯ୍ୟ ମିଶ୍ର, ପୃଥ୍ୱୀରାଜ ମିଶ୍ର ଓ ବିକ୍ରମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe