ବାରବାଟୀ ଟି-୨୦ ମ୍ୟାଚର ପ୍ରଥମ ଟିକେଟ୍ କିଣି‌ଲେ ମୁଖ୍ୟମନ୍ତ୍ରୀ

Advertisment
ବାରବାଟୀ ଟି-୨୦ ମ୍ୟାଚର ପ୍ରଥମ ଟିକେଟ୍ କିଣି‌ଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ଜୁନ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ପ୍ରଥମ ଟିକେଟ୍ କିଣିଛନ୍ତି।

ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ପ୍ରମୁଖ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ ଦେଇଛନ୍ତି। ଏହି ଅବସରରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ।

ଏଚଡିଏଫସି  ବ୍ୟାଙ୍କର ଜୋନାଲ ହେଡ ଦୀପକ ସିଂ ଏବଂ ଉପାଧ୍ୟକ୍ଷ ଅନିମେଶ ବିଶ୍ବାଳ ମଧ୍ୟ ଉପସ୍ଥିତ ଥିଲେ। ଓସିଏର ସଚିବ ସଂଜୟ ବେହେରା ଟିକେଟ୍ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ବିସ୍ତୃତ ବ୍ୟବସ୍ଥା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। 

publive-image

ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ଓସିଏର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବର୍ଷାରୁ ପଡିଆକୁ ସୁରକ୍ଷା ଦେବା ପାଇଁ ଇଂଲଣ୍ଡରୁ ନୂଆ ପଡ଼ିଆ କଭର ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛି। ଏହି ଗୋଟିଏ କଭରରେ ସଂପୂର୍ଣ୍ଣ ପଡିଆକୁ ଘୋଡ଼ା ଯାଇପାରିବ। ଏହି କଭରକୁ ଓସିଏ ପାଖାପାଖି ୨ କୋଟି ଟଙ୍କାରେ କିଣିଛି। ଭାରତରେ ଏହିଭଳି କଭର କେବଳ କୋଲ୍‌କାତାର ଇଡେନ୍ ଗାର୍ଡେନ୍‌ରେ ରହିଛି। ବର୍ଷା ଛାଡ଼ିବାର କିଛି ସମୟ ମଧ୍ୟରେ ସୁପର ସପର ମାଧ୍ୟମରେ କଭର ଉପରୁ ପାଣି ଶୁଖାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe