Belgium's head coach Shane McLeod pictured during poses for the photographer at the 'Last call before Rio' press conference of the 'Belgian Lions' the Belgian men's national hockey team, who are preparing for the Olympic Games this summer, Tuesday 19 July 2016, in Kontich. BELGA PHOTO JONAS ROOSENS
ଭୁବନେଶ୍ବର ହକି ବିଶ୍ବକପର ଅନ୍ୟତମ ଦାବିଦାର ହେଉଛି ବେଲଜିୟମ। ବିଶ୍ବମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମ ଭୁବନେଶ୍ବରରେ ଅଭିଜ୍ଞ ପ୍ରଶିକ୍ଷକ ସେନ୍ ମ୍ୟାକଲିଓଡଙ୍କ ମାର୍ଗଦର୍ଶନରେ ଖେଳିବ। ମ୍ୟାକଲିଓଡ୍ ୨୦୧୬ରୁ ବେଲଜିୟମ ହକି ଦଳର ପ୍ରଶିକ୍ଷକ ପଦରେ ରହିଛନ୍ତି। ତାଙ୍କ ରଣନୀତିରେ ବେଲିଜୟମ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା। ପୂର୍ବରୁ ସେ ୨୦୦୮ ଏବଂ ୨୦୧୨ ଅଲିମ୍ପିକ୍ସରେ ନ୍ୟୁଜିଲାଣ୍ଡ ହକି ଦଳର ପ୍ରଶିକ୍ଷକ ଥିଲେ। ବେଲଜିୟମ ଜାତୀୟ ହକି ଦଳ ସହ ସେଠାକାର ବହୁ କ୍ଲବରେ ମଧ୍ୟ ସେ ପ୍ରଶିକ୍ଷକ ଦାୟିତ୍ବ ସଫଳତାର ସହ ତୁଲାଇ ସାରିଛନ୍ତି। ବେଲଜିୟମ କିନ୍ତୁ ତାଙ୍କ ପ୍ରଶିକ୍ଷଣରେ ପ୍ରଥମ ବିଶ୍ବକପ୍ ଖେଳିବ। ଫିଲିପ ଗୋଲ୍ଡବର୍ଗ ବିଶ୍ବକପରେ ମ୍ୟାକଲିଓଡଙ୍କ ଡେପୁଟି ପଦରେ ରହିବେ। ବିଶ୍ବକପରେ ବେଲଜିୟମର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ପଞ୍ଚମ ସ୍ଥାନ। ଯାହାକୁ ଭୁବନେଶ୍ବରରେ ଏହି ଦଳ ସୁଧାରିବା ଲକ୍ଷ୍ୟରେ ରହିଛି।
Follow Us