ଭାରତର ପ୍ରଥମ ଦ୍ରୋଣାଚାର୍ଯ୍ୟ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ଭରଦ୍ବାଜଙ୍କ ପରଲୋକ

Advertisment
ଭାରତର ପ୍ରଥମ ଦ୍ରୋଣାଚାର୍ଯ୍ୟ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ଭରଦ୍ବାଜଙ୍କ ପରଲୋକ

The Indian Express

ନୂଆଦିଲ୍ଲୀ : ଭାରତର ପ୍ରଥମ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ଓପି ଭରଦ୍ବାଜଙ୍କ ଦେହାନ୍ତ ହୋଇଛି। ୮୨ ବର୍ଷୀୟ ଏହି ପ୍ରଶିକ୍ଷକ ୧୦ ଦିନ ତଳେ ପତ୍ନୀ ସନ୍ତୋଷଙ୍କୁ ହରାଇଥିଲେ। ପ୍ରଶିକ୍ଷକ ଭାବେ ଭରଦ୍ବାଜ ୧୯୮୫ରେ ମିଳିତ ଭାବେ ‌ଭାଲଚନ୍ଦ୍ର ଭାସ୍କର (କୁସ୍ତି) ଏବଂ ଓମ୍‌ ମାମ୍ବିଅର (ଦୌଡ଼କୁଦ) ସହ ସର୍ବୋଚ୍ଚ ଜାତୀୟ ପୁରସ୍କାର (ଦ୍ରୋଣାଚାର୍ଯ୍ୟ) ପାଇଥିଲେ। ସେହି ବର୍ଷଠୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଆରମ୍ଭ ହୋଇଥିଲା। ଭରଦ୍ବାଜ ୧୯୬୮ରୁ ୧୯୮୯ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ସେ ମଧ୍ୟ ଜାତୀୟ ଦଳର ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଯୋଦ୍ଧାମାନେ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଅନେକ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ଏହି ମହାନ ପତିଆଲା ସ୍ଥିତ ଜାତୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟ୍ସ ଇଣ୍ଡିଆର ପ୍ରଥମ ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ଥିଲେ।

କରୋନାରେ ଏଏଫ୍‌ଆଇ ଚିକିତ୍ସା ଆୟୋଗ ଅଧ୍ୟକ୍ଷ ମେନ୍ଦିରାତାଙ୍କ ଦେହାନ୍ତ
ନୂଆଦିଲ୍ଲୀ : କରୋନାରେ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)ର ଚିକିତ୍ସା ଆୟୋଗ ଅଧ୍ୟକ୍ଷ ‌ଅରୁଣ କୁମାର ମେନ୍ଦିରାତାଙ୍କ ‌ଦେହାନ୍ତ ଶୁକ୍ରବାର ହୋଇଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। ଟୋକିଓ ଅଲିମ୍ପିକ୍ସ ଲାଗି ଭାରତୀୟ ଦଳ ସହ ସେ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ସେଠାକୁ ଯାତ୍ରା କରିଥା’ନ୍ତେ। ସେ ୨୫ ବର୍ଷରୁ ଅଧିକ ସମୟ ଏସୀୟ ଦୌଡ଼କୁଦ ସଂଘ ସହ ମଧ୍ୟ ଜଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ଏଏଫ୍‌ଆଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ‘‘ସେ ବୟସ ଜାଲିଆତି ଓ ଡୋପିଂ ବିରୋଧରେ ଏଏଫ୍‌ଆଇକୁ ନିରନ୍ତର ଭାବେ ସହଯୋଗ କରି ଆସୁଥିଲେ। ସେ ମିଷ୍ଟଭାଷୀ ଥିଲେ। ତାଙ୍କ ମୃତ୍ୟୁରେ ‌ଆଥ୍‌ଲେଟିକ୍ସ ସଂପ୍ରଦାୟର ବଡ଼ କ୍ଷତି ଘଟିଛି। ତାଙ୍କ ଆତ୍ମା ଶାନ୍ତିରେ ବିଶ୍ରାମ ନେଉ।’’ ବୋଲି ଏଏଫ୍‌ଆଇ ସଭାପତି ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି। ମେନ୍ଦିରାତା ନିଜ କ୍ରୀଡ଼ା ଜୀବନ ମଧ୍ୟରେ ଅନେକ ବିଶ୍ବ ପ୍ରତି‌ଯୋଗିତା, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ ଓ ଅଲିମ୍ପିକ୍ସ‌ରେ ଭାରତୀୟ ଦଳ ସହ ରହିଥିଲେ। ଭାରତୀୟ ଅଲିମ୍ପିକ୍ସ ସଂଘ ମଧ୍ୟ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe