ମହିଳା କ୍ରିକେଟରଙ୍କୁ ଯୌନ ଉତ୍ପୀଡ଼ନ ମହଙ୍ଗା ପଡ଼ିଲା ଗିରଫ ହେଲେ କୋଚ୍‌

Advertisment
ମହିଳା କ୍ରିକେଟରଙ୍କୁ ଯୌନ ଉତ୍ପୀଡ଼ନ ମହଙ୍ଗା ପଡ଼ିଲା ଗିରଫ ହେଲେ କୋଚ୍‌

ପୁଡୁଚେରି: ପୁଡୁଚେରିର ଜଣେ କ୍ରିକେଟ୍‌ ପ୍ରଶିକ୍ଷକ (କୋଚ୍‌) ଜନୈକା ୧୬ ବର୍ଷୀୟା ମହିଳା କ୍ରିକେଟରଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଛି। ଜଣେ ବରିଷ୍ଠ କ୍ରିକେଟ୍‌ ଖେଳାଳି ସହ ପ୍ରଶିକ୍ଷକ ଥିବା ଅଭିଯୁକ୍ତ ଜଣକ ସଂପୃକ୍ତ ମହିଳା କ୍ରିକେଟରଙ୍କ କାନ୍ଧ, ଛାତି ଏବଂ ପିଠିରେ ଅନୁପଯୁକ୍ତ ଭାବରେ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ପୁଲିସ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ପୁଡୁଚେରି (ସିଏପି)ର ଚାରି ଜଣ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଚି। ସିଏପିର ଏହି ଚାରିଜଣ ପ୍ରତିନିଧି ଅଭିଯୁକ୍ତ କୋଚ୍‌ଙ୍କୁ ମହିଳା କ୍ରିକେଟରଙ୍କ ପାଇଁ ତାଲିମ ଅଧିବେଶନ ଆୟୋଜନ କରିବାକୁ ଅନୁମତି ଦେଇଥିଲେ। ଅନ୍ୟପକ୍ଷରେ ପୀଡ଼ିତା ଜଣକ ଘଟଣା ସଂପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ସେମାନେ ଅଭିଯୁକ୍ତ କୋଚ୍‌ଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।

ପରବର୍ତ୍ତୀ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ମେଟୁପାଲାୟମ୍‌ ପୁଲିସ ଚାଇଲ୍‌ଡଲାଇନ୍‌ ଦ୍ୱାରା ଏହି ଯୌନ ଉତ୍ପୀଡ଼ନ ସଂପର୍କରେ ଅଭିଯୋଗ ପାଇଥିଲା। ଅଭିଯୋଗ ହୋଇଥିଲା ଯେ ବରିଷ୍ଠ ଖେଳାଳି ତଥା କୋଚ୍‌ ପୀଡ଼ିତା ମହିଳା କ୍ରିକେଟରଙ୍କୁ ଅନୁପଯୁକ୍ତ ଭାବରେ ସ୍ପର୍ଶ କରି ତାଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିଲେ। ଏପରିକି ପୀଡ଼ିତା ମହିଳା କ୍ରିକେଟରଙ୍କୁ ଅଭିଯୁକ୍ତ କୋଚ୍‌ ଫୋନ୍‌ରେ ଅଶାଳୀନ ମେସେଜ୍‌ ପଠାଇବା ସହ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ ପ୍ରସ୍ତାବକୁୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ସେ ତାଙ୍କୁ ତାଲିମ ଦେବେ ନାହିଁ।

କୋଚ୍‌ଙ୍କ ଯୌନ ଉତ୍ପୀଡ଼ନ କ୍ରମେ ଅସହ୍ୟ ହେବାରୁ ପୀଡ଼ିତା ଅନୋନ୍ୟପାୟ ହୋଇ ଘଟଣା ସଂପର୍କରେ ଚାଇଲଡ୍‌ଲାଇନ୍‌ରେ ଜଣାଇବା ସହ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍‌ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜ୍ଜୁକରି ଘଟଣା ସଂପର୍କରେ ତଦନ୍ତ କଲାପରେ ଗତକାଲି ଅଭିଯୁକ୍ତ କୋଚ୍‌ଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe