କଲମ୍ବୋ ଟେଷ୍ଟ୍‌: ତୃତୀୟ ଦିନ ୨ ଶତକ

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଅଭିଷେକ ଓଡ଼ିଶା ଅଧିନାୟକ: ଆଶୀର୍ବାଦ, ଓମ୍‌, ସୁଶୀଲ ଓ ମୁସ୍ତାକ ନୂଆ ମୁହଁ

କଲମ୍ବୋ: ପ୍ରଥମ ଦୁଇ ଦିନ ବର୍ଷା ବାଧାପ୍ରାପ୍ତରେ ବିତିବା ପରେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ଟେଷ୍ଟ୍‌ର ତୃତୀୟ ଦିନ ଖେଳ ସମ୍ପୂର୍ଣ୍ଣ ଓଭର ସମ୍ଭବ ହୋଇଛି। ଏହ‌ି ଗୋଟିଏ ଦିବସ ଖେଳର ଉଭୟ ପାଳିରୁ ଗୋଟିଏ‌ ‌ଲେଖାଏଁ ଶତକ ଦେଖିବାକୁ ମିଳିଛି। ଧନଞ୍ଜୟ ଡି’ସିଲଭାଙ୍କ ୧୦୯ ରନ୍ ବଳରେ ଘରୋଇ ଶ୍ରୀଲଙ୍କା ସମ୍ମାନ ରଖି ୨୪୪ ରନ୍ କରିଛି। ଜବାବରେ ଟମ୍ ଲଥାମଙ୍କ ଅପରାଜିତ ଶତକ (୧୧୧*) ବଳରେ ନ୍ୟୁଜିଲାଣ୍ଡ୍‌ ୪ ୱିକେଟ୍‌ରେ ୧୯୬ ରନ୍ ସଂଗ୍ରହ କରି ପାଳି ଅଗ୍ରଣୀ ନେବା ସମ୍ଭାବନା ସୃଷ୍ଟି କରିଛି।

ଶନିବାର ଶ୍ରୀଲଙ୍କା ୧୪୪/୬ରୁ‌ ଖେଳି ଶେଷ ୪ ୱିକେଟ୍ ହରାଇବା ପୂର୍ବରୁ ୧୦୦ ରନ୍‌ ଯୋଡ଼ି ନେଇଥିଲା। ଶେଷ ୩ ଭାଗୀଦାରିରୁ ଶ୍ରୀଲଙ୍କା ୭୩ ରନ୍ ଯୋଡ଼ିବା ମଧ୍ୟ ଧନଞ୍ଜୟଙ୍କୁ ଶତକ ସ‌ୁଯୋଗ ଦେଇଥିଲା। ଏହା ଧନଞ୍ଜୟଙ୍କର ଥିଲା ୫୧ତମ ପାଳିରୁ ପଞ୍ଚମ ଶତକ। ଏହି ପାଳିରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଅଧିନାୟକ ଦିମୁଥ କରୁଣାରତ୍ନେ (୬୫) ଏବଂ କୁସାଲ ମେଣ୍ଡିଜ୍‌ (୩୨)ଙ୍କ ଛଡ଼ା ଅନ୍ୟ କେହି ଭଲ ବ୍ୟାଟିଂ କରିନଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟିମ୍ ସାଉଦି (୨୯-୭-୬୩-୪) ଏବଂ ଟ୍ରେଣ୍ଟ୍ ବୋଲ୍ଟ (୨୨.୨-୬-୭୫-୩) ମିଳିତ ଭାବେ ୭ ୱିକେଟ୍ ବାଣ୍ଟି ନେଇଥିଲେ। ଜବାବରେ ମଧ୍ୟାହ୍ନ ଭୋଜନ ପରେ ପାଳି ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ୍‌ ୮୪ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିଲା। ଜିତ ରାଭାଲ ଖାତା ‌ଖୋଲି ପାରିନଥିଲେ। ଅଧିନାୟକ କେନ୍ ୱିଲିୟମସନ୍ (୨୦) ଏବଂ ରସ୍ ଟେଲର୍ (୨୩) ମଧ୍ୟ ଜମିଯିବା ପରେ ୱିକେଟ୍ ହରାଇ ଦେଇଥିଲେ। ହେନରି ନିକୋଲ୍ସ (୧୫) ମଧ୍ୟ ସମାନ ଦଶା ଭୋଗିଥିଲେ। ଦିଲରୁୱାନ ପେରେରା (୨/୭୬) ସଫଳ ବୋଲର ଥିଲେ। ଲାହିରୁ କୁମାରା ଏବଂ ଲସିଥ୍ ଏମ୍ବୁଲଦେନିୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍‌କୁ ଜିତି ଶ୍ରୀଲଙ୍କା ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe