ଆଇପିଏଲ୍‌ରେ ମାଲାମାଲ୍‌ ହେବେ ଭାଷ୍ୟକାର

Advertisment
ମାର୍ଚ୍ଚ ୩୧ରୁ ଆଇପିଏଲ୍‌, ମେ’ ୨୮ରେ ଫାଇନାଲ୍‌

Image Courtesy of Times Now

ମୁମ୍ବାଇ: ଆଉ ମାତ୍ର ୩ ଦିନ ପରେ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାଷ୍ୟକାର ତାଲିକା ବି ପ୍ରକାଶ ପାଇଛି। ୨୦୨୨ ମସିହାର ସଂସ୍କରଣରେ ଭାଷ୍ୟକାର ଦାୟିତ୍ବ ତୁଲାଇବାକୁ ଯାଉଥିବା ବ୍ୟକ୍ତିମାନେ ମୋଟା ଅଙ୍କର ପାଉଣା ପାଇ ମାଲାମାଲ୍ ହେ‌‌ବେ। ବିଶେଷକରି ହିନ୍ଦୀ ପ୍ୟାନେଲ ଅମ୍ପାୟାରଙ୍କ ଭତ୍ତା ୮୦,୦୦୦ରୁ ସାଢ଼େ ୩ ଲକ୍ଷ ଡଲାର ରହିଥିଲା ବେଳେ ଇଂଲିସ୍‌ ପ୍ୟାନେଲ ଅମ୍ପାୟାରଙ୍କ ଭତ୍ତା ଅଢ଼େଇ ଲକ୍ଷ୍ୟରୁ ୫ ଲକ୍ଷ ଡଲାର ରଖାଯାଇଛି। ସେହିପରି ଡଗ୍‌ଆଉଟ୍‌ ପ୍ୟାନେଲ ଅମ୍ପାୟାରଙ୍କ ପାଉଣା ୫ ଲକ୍ଷରୁ ୭ ଲକ୍ଷ ଡଲାର ରହିଛି। ଇଂଲିସ୍‌ ତାଲିକାରେ ଜଣାଶୁଣା ମୁହଁ ହର୍ଷ ଭୋଗଲେ, କିଂବଦନ୍ତି ବ୍ୟାଟର୍‌ ସୁନିଲ ଗାଭାସ୍କର ଅଧିକ ରାଶି ପାଇବେ। ହିନ୍ଦୀ ତାଲିକାରେ ଏଥର ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସରୁ ବିତାଡ଼ିତ ସୁରେଶ ରାଇନାଙ୍କୁ ସାମିଲ କରାଯାଇଛି। ଇଂଲିସ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଭିଭିଏସ୍ ଲକ୍ଷ୍ମଣ, ଶିବରାମକ୍ରିଷ୍ଣନ, ମୁରଲୀ କାର୍ତ୍ତିକ, ଦୀପ ଦାସଗୁପ୍ତା, ଅଞ୍ଜୁମ‌ ଚୋପ୍ରା, ଇଆନ୍ ବିଶପ, ଆଲାନ ୱିଲକିନ୍ସ, ପମି ବାଙ୍ଗୱା, ନିକ୍ ନାଇଟ୍, ଡାନି ମୋରିସନ୍, ସାଇମନ୍‌ ଡଲ୍, ମାଥ୍ୟୁ ‌ହେଡେନ୍‌, କେଭିନ୍ ପିଟରସନ୍‌ ରହିଛନ୍ତି। ହିନ୍ଦୀ ତାଲିକାରେ ମଧ୍ୟ ଆକାଶ ଚୋପ୍ରା, ଇରଫାନ୍ ପଠାନ, ଗୌତମ ଗମ୍ଭୀର, ପାର୍ଥିବ ପଟେଲ୍‌, ନିଖିଲ ଚୋପ୍ରା, କିରଣ ମୋରେ, ଯତିନ ସାପ୍ରୁ, ସୁରେନ ସୁନ୍ଦରମ ରହିଛନ୍ତି। ଏହା ଛଡ଼ା ବେଙ୍ଗଲି, ତାମିଲ, କନ୍ନଡ଼, ତେଲଗୁ, ମାଲୟାଲମ୍‌ ଭାଷା ପାଇଁ ମଧ୍ୟ ତାଲିକା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe