କମିସନ୍‌ରେଟ୍‌ ପୁଲିସର ବାଜିମାତ୍‌

Advertisment
କମିସନ୍‌ରେଟ୍‌ ପୁଲିସର ବାଜିମାତ୍‌

ଭୁବନେଶ୍ବର: ଶନିବାର କିଟ୍‌ ଗ୍ରାଉଣ୍ଡରେ ଆୟୋଜିତ ଏକ ବଂଧୁତ୍ବପୂର୍ଣ୍ଣ କ୍ରିକେଟ୍‌ ପ୍ରତିଯୋଗିତାରେ କମିସ‌ନରେଟ୍‌ ପୁଲିସ ବାଜିମାତ କରିଛି। ପ୍ରଥମ ମ୍ୟାଚ୍‌ଟି କମିସନରେଟ୍‌ ପୁଲିସ ଓ ଛାପା ଗଣମାଧ୍ୟମ ମଧ୍ୟରେ ଅନୁଷ୍ଠିତ ହୋଇଥି‌ଲା। କମିସନରେଟ୍‌ ପୁଲିସର ଅଧିନାୟକ ଡିସିପି ଅନୁପ ସାହୁ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ କରିଥିଲେ। ୧୨ ଓଭରରେ କମିସନରେଟ୍‌ ପୁଲିସ ୭ ୱିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ଜବାବରେ ଛାପା ଗଣମାଧ୍ୟମ ୧୧୦ ରନ୍‌ରେ ସୀମିତ ରହିଥିଲା। ଦ୍ବିତୀୟ ମ୍ୟାଚ୍‌ଟି କମିସନରେଟ୍‌ ପୁଲିସ ଓ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କମିସନରେଟ୍‌ ପୁଲିସ ୧୨ ଓଭରରେ ୩ ୱିକେଟ୍‌ ବିନିମୟରେ ୧୫୧ ରନ୍‌ କରିଥିଲା। ବୈଦ୍ୟୁତିକ ଗଣମାଧ୍ୟମ ମାତ୍ର ୧୧୩ ରନ୍‌ରେ ଆତ୍ମସମର୍ପଣ କରିଥିଲା‌। ଏହି ଶୃଙ୍ଖଳାରେ କମିସନରେଟ୍‌ ପୁଲିସ ବିଜୟର ଟିକା ପିନ୍ଧିଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମ ଉପବିଜେତା ହୋଇଥିଲା। ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡିସିପି ଅନୁପ ସାହୁ , ଛାପା ଗଣମାଧ୍ୟମର ଅଧିନାୟକ ପ୍ରଦୀପ୍ତ କିଶୋର ସ୍ବାଇଁ ଓ ବୈଦ୍ୟୁତିକ ଗଣମାଧ୍ୟମର ଅଧିନାୟକ ଆଲୋକ ମହାନ୍ତିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ମ୍ୟାଚ୍‌ରେ ବହୁ ପୁଲିସ ଅଧିକାରୀ ଉପସ୍ଥିତ ରହି କ୍ରିକେଟ୍‌ର ମଜା ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe