ପୁରୁଷ ୧୦ ମିଟର୍‌ ଏୟାର୍‌ ପିସ୍ତଲ୍‌ରେ ଜିତୁ ରାୟଙ୍କୁ ସ୍ୱର୍ଣ୍ଣପଦକ; ମିତାରଓ୍ଵାଲ୍‌ଙ୍କୁ କାଂସ୍ୟ

Advertisment
ପୁରୁଷ ୧୦ ମିଟର୍‌ ଏୟାର୍‌ ପିସ୍ତଲ୍‌ରେ ଜିତୁ ରାୟଙ୍କୁ ସ୍ୱର୍ଣ୍ଣପଦକ; ମିତାରଓ୍ଵାଲ୍‌ଙ୍କୁ କାଂସ୍ୟ

Image Courtesy of NewsX

ନୂଆଦିଲ୍ଲୀ: ଗୋଲ୍‌ଡ୍‌ କୋଷ୍ଟ୍‍ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଞ୍ଚମ ଦିବସରେ ସୋମବାର ଦିନ ବେଲ୍‌ମୋଣ୍ଟ୍‌ ସୁଟିଙ୍ଗ୍‌ ସେଣ୍ଟର୍‌ ଠାରେ ଏକ ରେକର୍ଡ ସୃଷ୍ଟି କରି ଭାରତୀୟ ସୁଟର୍‌ ଜିତୁ ରାୟ ପୁରୁଷ ୧୦ ମିଟର୍‌ ଏୟାର୍‌ ପିସ୍ତଲ ଚାଳନାରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଓ ମିତରଓ୍ଵାଲ୍‌ କାଂସ୍ୟ ପଦକ ହାସଲ କରିଛନ୍ତି।

ଚାରି ବର୍ଷ ତଳେ ଗ୍ଲାସ୍‌ଗୋ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୦ ମିଟର୍‌ ଏୟାର୍‌ ପିସ୍ତଲ୍‌ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣପଦକ ଜିଣିଥିବା ରାୟ ସମୁଦାୟ ୨୩୫. ୧ ପଏଣ୍ଟ୍‌ ସୁଟ୍‌ କରି ୫ମ ସ୍ଥାନ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

publive-image

ମିତରଓ୍ଵାଲ୍‌ ସମୁଦାୟ ୨୧୪. ୩ ପଏଣ୍ଟ୍‌ ସଟ୍‌ କରି କରିଛନ୍ତି। ଅଷ୍ଟ୍ରେଲିଆର କେରି ବେଲ୍‌ ୨୩୩. ୫ ପଏଣ୍ଟ୍‌ ସଟ୍‌ କରି ରୌପ୍ୟ ପଦକ ପାଇଛନ୍ତି।

ଏହି ଦୁଇଟି ପଦକ ପାଇବା ପରେ ଭାରତର ସମୁଦାୟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ଏଥିରେ ସୁଟର୍‌ମାନେ ୫ଟି ପଦକ ହାସଲ କରିଥିବା ବେଳେ ନଅଟି ପଦକ ପାଇଛନ୍ତି ଭାରତ୍ତୋଳନକାରୀମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe