ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୧୮: ଦଶମ ଦିନରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ ପଦକ

Advertisment
ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୧୮: ଦଶମ ଦିନରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟ୍‍ରେ ହେଉଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୧୮ର ଦଶମ ଦିନରେ ଭାରତର ସ୍ୱର୍ଣ୍ଣ ପଦକ ହାତେଇବା ଜାରି ରହିଛି। ପ୍ରଥମ ଥର ଲାଗି ରେସଲିଂରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି ମହିଳା ରେସଲର୍‌ ଭିନେଶ ଫୋଗଟ୍‌ । ମହିଳା ଫ୍ରିଷ୍ଟାଇଲ୍‌ ୫୦ କିଲୋ ବର୍ଗରେ ଭିନେଶ ୩ଟି ଲିଗ୍‌ ମ୍ୟାଚ ଜିତିବା ପରେ ଏହି ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇପାରିଛନ୍ତି। ଭିନେଶଙ୍କ ଏହି ବିଜୟ ଲାଭ ପରେ ଭାରତ ୨୩ ଟି ସ୍ୱର୍ଣ୍ଣ ପଦକ ହାତେଇବାରେ ସମର୍ଥ ହୋଇଛି।

publive-image

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୦ମ ଦିନରେ ୫ଟିି ସ୍ୱର୍ଣ୍ଣ ପଦକ ପାଇଛି। ଭାରତୀୟ ମୁଷ୍ଠିଯୋଦ୍ଧା ମେରି କମ୍‌, ଗୌରବ ସେଲାଙ୍କିଙ୍କ ସହିତ ସଞ୍ଜୀବ ରାଜପୁତ ଭାରତକୁ ଆଜି ୩ଟି ସ୍ୱର୍ଣ୍ଣ ପଦକ ଦେଇଥିବା ବେଳେ ଜାଭେଲିନ୍‌ ଥ୍ରୋରେ ନୀରଜ ଚୋପ୍ରା ଭାରତକୁ ୧୦ମ ଦିନର ୪ର୍ଥ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଏଥି ସହିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ପଦକ ତାଲିିକାରେ ଭାରତ ୨୩ଟି ସ୍ୱର୍ଣ୍ଣ ପଦକ ସହିତ ତୃତୀୟ ସ୍ଥାନରେ ରହିଛି।
ଆଜି ଭାରତୀୟ ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ୮୬.୪୭ ମିଟର ଜାଭଲିନ୍‌ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିଣିବା ସହିତ ପ୍ରଥମ ଭାରତୀୟ ଭାବେ ଜାଭଲିନ୍‌ ଥ୍ରୋ ଇଭେଣ୍ଟରେ ରାଜ୍ୟଗୋଷ୍ଠୀ କି୍ରଡ଼ାରେ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe