ଭାରୋତ୍ତୋଳନରେ ବିକାଶ ଜିତିଲେ ରୌପ୍ୟ

Advertisment

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଲମ୍ବୁଛି ଭାରତର ପଦକ ତାଲିକା

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଲମ୍ବୁଛି ଭାରତର ପଦକ ତାଲିକା

ଭାରୋତ୍ତୋଳନରେ ବିକାଶ ଜିତିଲେ ରୌପ୍ୟ

india today

ବର୍ମିଂହାମ: ଏଠାରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରୋତ୍ତୋଳନ କ୍ଷେତ୍ରରେ ଭାରତକୁ ଆଉ ଏକ ପଦକ ମିଳିଛି। ୯୬ କେଜି ବର୍ଗରେ ଭାରତର ବିକାଶ ଠାକୁର ରୌପ୍ୟ ପଦକ ପାଇବା ପରେ କେବଳ ଭାରୋତ୍ତୋଳନରେ ଭାରତ ୮ ପଦକ ପାଇବା ସହିତ ସାମୂହିକ ଭାବେ ୧୨ ପଦକ ବର୍ତ୍ତମାନ ସୁଦ୍ଧା ହାସଲ କରିଛି। ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତର ପଦକ ତାଲିକା ଲମ୍ବି ଚାଲିଛି।

ସ୍ନାଚରେ ୧୫୫ କେଜି ଓ କ୍ଲିନ ଏବଂ ଜେର୍କରେ ୧୯୯ କେଜି ଏଭଳି ୩୪୬ କେଜି ଉଠାଇ ବିକାଶ ଏହି ଐତିହାସିକ ପଦକ ହାସଲ କରିଛନ୍ତି। ବ୍ୟକ୍ତିଗତ ଭାବେ ବିକାଶଙ୍କ ଏହା ରାଜ୍ୟଗୋଷ୍ଠୀ କ୍ରୀଡାରେ ୩ୟ ପଦକ। ୨୦୧୪ରେ ଗ୍ଲାସଗୋରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସେ ରୌପ୍ୟ ଓ ୨୦୧୮ରେ ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ କ୍ରଡାରେ ବ୍ରୋଞ୍ଜ ପଦକ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe