ଏକକରେ ଭାରତର ଆଧିପତ୍ୟ, ବିପର୍ଯ୍ୟୟ: ମିଶ୍ରିତ ଯୁଗଳରୁ ବିଦାହେଲେ ଅମଲରାଜ-ମଧୁରିକା

Advertisment

ମହିଳା ଯୁଗଳ କ୍ବାର୍ଟରରେ ୪ ଭାରତୀୟ ଦଳ, ପୁରୁଷ ଯୁଗଳ କ୍ବାର୍ଟରରେ ଶରତ-ସାଥିଆନ୍‌, ଅମଲରାଜ-ମାନବ

ମହିଳା ଯୁଗଳ କ୍ବାର୍ଟରରେ ୪ ଭାରତୀୟ ଦଳ, ପୁରୁଷ ଯୁଗଳ କ୍ବାର୍ଟରରେ ଶରତ-ସାଥିଆନ୍‌, ଅମଲରାଜ-ମାନବ

କଟକ: ଦଳଗତ ଇଭେଣ୍ଟ ପରେ ଏବେ ବ୍ୟକ୍ତିଗତ ଇଭେଣ୍ଟରେ ବି ଭାରତର ଦବ୍‌ଦବା କାଏମ ରହିଛି। ଶନିବାରଠୁ ଜବାହରଲାଲ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଚାଲିଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ଆରମ୍ଭ ହୋଇଥିବା ଏକକ ପ୍ରତିଯୋଗିତାରେ ଭାରତୀୟ ମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ମହିଳା ଏକକରେ ୯ ଜଣ, ପୁରୁଷ ଏକକରେ ୬ ଜଣ ୧୬ ଜଣିଆ ନକ୍‌ଆଉଟ ପର୍ଯ୍ୟାୟରେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ମହିଳାଙ୍କ ମଧ୍ୟରେ ସୁରଭି ପଟଵରି, ରୀଠ ଟେନିସନ୍‌, ପୂଜା ଶହସ୍ରବୁଦ୍ଧେ ଏବ˚ ପୁରୁଷଙ୍କ ମଧ୍ୟରେ ସୌରଭ ସାହା, ଅନିର୍ବାଣ ଘୋଷ, ଅର୍ଜୁନ ଘୋଷ, ଜୁବିନ କୁମାର, ସିଦ୍ଦଶ ପାଣ୍ତେ ପ୍ରଥମ ରାଉଣ୍ତରେ ପରାସ୍ତ ହୋଇ ଏକକ ଅଭିଯାନ ଶେଷ କରିଛନ୍ତି। ରବିବାର ୧୬ ଜଣିଆ ନକ୍‌ଆଉଟ ପର୍ଯ୍ୟାୟରୁ ୮ ଜଣ ପ୍ରି-କ୍ବାର୍ଟରକୁ ଉନ୍ନୀତ ହେବେ ଏବ˚ ସେମାନେ ୮ଜଣ ଲେଖାଏଁ ସିଡେଡ୍‌ ଖେଳାଳିଙ୍କ ସହିତ ପ୍ରତିଦ୍ବନ୍ଦିତା କରିବେ।

ମହିଳା ଏକକରେ ଭାରତର ମୌସୁମୀ ପଲ୍‌, ପ୍ରାପ୍ତି ସେନ୍‌, ସେଲିନା ସେଲ୍‌ଭାକୁମାର, ଦିବ୍ୟା ଦେଶପାଣ୍ତେ, ସାଗରିକା ମୁଖାର୍ଜୀ, ଅନୁଷା କୁତୁମ୍ବଲେ, କୃତିକା ସିହ୍ନା ରଏ, ସୁତୀର୍ଥା ମୁଖାର୍ଜୀ, ଶ୍ରୀଜା ଅକୁଳା ନିଜନିଜ ଗ୍ରୁପ୍‌ରେ ବିଜୟୀ ହୋଇ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଏମାନଙ୍କ ବ୍ୟତୀତ ସିଙ୍ଗାପୁରର ଵଙ୍ଗ ଜିନ୍‌ ରୁ, ଗୋଇ ରୁଇ ଜୁଆନ୍‌, ଲିମ୍‌ ଇଉନିସ୍‌ ଜୋଏ, ନାଇଜେରିଆର ଓଜୁମୁ ଅଜୋକେ, ନିମୋତାଲିଆ ଆରେଗ୍‌ବେସୋଲେ, ଅଷ୍ଟ୍ରେଲିଆର ଫେଙ୍ଗ ଚୁନି, ମାଲେସିଆର ଆଲିସ୍‌ ଲି ସିଆନ୍‌ ଚାଙ୍ଗ ୧୬ ଜଣିଆ ନକ୍‌ଆଉଟ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୂର୍ବରୁ ମଧୁରିକା ପାଟକର, ଅହିକା ମୁଖାର୍ଜୀ ଓ ଅର୍ଚ୍ଚନା କାମଥଙ୍କ ସହ ଇ˚ଲଣ୍ତର ହୋ ଟିନ୍‌ଟିନ୍‌, ୱେଲ୍ସର ଚାର୍ଲଟ କ୍ୟାରି, ଅଷ୍ଟ୍ରେଲିଆର ମେଲିସା ଟାପ୍ପର, ମିଚେଲ ବ୍ରୋମ୍‌ଲି ସିଧାସଳଖ ମୁଖ୍ୟ ଡ୍ର'କୁ ଆରମ୍ଭରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

ସେହିପରି ପୁରୁଷ ଏକକରେ ଭାରତର ସୁସ୍‌ମିତ ଶ୍ରୀରାମ, ମାନୁଷ ଶାହା, ସନୀଲ ସେଟ୍ଟୀ, ଜୀତ୍‌ ଚନ୍ଦ୍ର, ରୋନିତ ଭଞ୍ଜ, ସୁଧା˚ଶୁ ଗ୍ରୋଭର ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଏମାନଙ୍କ ସହିତ ନାଇଜେରିଆର ବଡେ ଅବିଓଡୁନ, ଅଜିଜ୍‌ ଜାମିଉ, ଇ˚ଲଣ୍ତର ଥୋମାସ ଜାରଭିସ୍‌, ସିଙ୍ଗାପୁରର ଲୁକାସ ଟାନ୍‌, କୋଏନ୍‌ ପାଙ୍ଗ, ଝିଉ କ୍ଲାରେନ୍ସ ଚିଉ, ମାଲେସିଆର ମହମ୍ମଦ ରିଜାଲ, ଚି ଫେଙ୍ଗ ଲିଓଙ୍ଗ, ଜାଭିନ୍‌ ଚୁଙ୍ଗ, ସାଇପ୍ରସ୍‌ର ମାରିଅସ୍‌ ୟାଙ୍ଗୋଉ ମଧ୍ୟ ପ୍ରଥମ ରାଉଣ୍ତରେ ନିଜନିଜ ଗ୍ରୁପ୍‌ର ବିଜେତା ହୋଇ ମୁଖ୍ୟ ଡ୍ର’କୁ ଉନ୍ନୀତ ହୋଇଛନ୍ତି। ପୁରୁଷଙ୍କ ମଧ୍ୟରେ ଜି ସାଥିଆନ୍‌, ଶରତ କମଲ, ହରମୀତ ଦେସାଇ, ଆଣ୍ଟୋନୀ ଅମଲରାଜ, ମାନବ ଠାକ୍କରଙ୍କ ସହ ଇ˚ଲଣ୍ତର ସାମୁଏଲ୍‌ ଵାକର, ଅଷ୍ଟ୍ରେଲିଆର ହେମିଙ୍ଗ ହୁ, ନାଇଜେରିଆର ଓଲାଜିଡେ ଓମୋଟାୟୋ ମୁଖ୍ୟ ଡ୍ର’ରେ ଖେଳିବେ।
ମିଶ୍ରିତ ଯୁଗଳ ପ୍ରି-କ୍ବାର୍ଟରେ ୬ ଭାରତୀୟ ଯୋଡ଼ି ପ୍ରବେଶ କରିଛନ୍ତି। ଜି ସାଥିଆନ୍‌-ଅର୍ଚ୍ଚନା କାମଥ, ହରମୀତ ଦେଶାଇ-ଅହିକା ମୁଖାର୍ଜୀ, ରୋନିତ ଭଞ୍ଜ-ପ୍ରାପ୍ତି ସେନ୍‌, ସୁଧା˚ଶୁ ଗ୍ରୋଭର-ଦିବ୍ୟା ଦେଶପାଣ୍ତେ, ମାନବ ଠାକ୍କର-ସୁତୀର୍ଥା ମୁଖାର୍ଜୀ, ଶରତ କମଲ-ଅକୁଳ ଶ୍ରୀଜା କ୍ବାର୍ଟର ଫାଇନାଲ୍‌ ପାଇଁ ମୁକାବିଲା କରିବେ। ତେବେ ଆଣ୍ଟୋନୀ ଅମଲରାଜ ଓ ମଧୁରିକା ପାଟକରଙ୍କ ଯୋଡ଼ି ଦ୍ବିତୀୟ ରାଉଣ୍ତରୁ ପରାସ୍ତ ହୋଇଛନ୍ତି। ମହିଳା ଯୁଗଳର ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଭାରତର ମଧୁରିକା ପାଟକର-ଅର୍ଚ୍ଚନା କାମଥ, ପୂଜା ଶହସ୍ରବୁଦ୍ଧେ-ସ୍ନିହା ରଏ କ୍ରିତ୍ବିକା, ଅକୁଳ ଶ୍ରୀଜା-ମୌସୁମୀ ପଲ, ସୁତୀର୍ଥା ମୁଖାର୍ଜୀ-ଆହିକା ମୁଖାର୍ଜୀ କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ଯୁଗଳରେ ଦୁଇ ଶୀର୍ଷ ଭାରତୀୟ ଯୋଡ଼ି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶରତ କମଲ-ଜି ସାଥିଆନ୍‌ ଓ ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡ଼ି ରବିବାର କ୍ବାର୍ଟର ଫାଇନାଲ୍‌ରେ ଖେଳିବେ। ଅନ୍ୟପକ୍ଷରେ ହରମୀତ ଦେଶାଇ-ସନୀଲ ସେଟ୍ଟୀଙ୍କ ଯୋଡ଼ି ଦ୍ବିତୀୟ ରାଉଣ୍ତରେ ସିଙ୍ଗାପୁରର କେଓନ ପାଙ୍ଗ-ସାଓ ଜୋସ ଚୁଆଙ୍କଠୁ ୧-୩ରେ ଏବ˚ ମାନୁଷ ଶାହା-ଅର୍ଜୁନ ଘୋଷ ଦ୍ବିତୀୟ ରାଉଣ୍ତରେ ଇ˚ଲଣ୍ତର ସାମୁଏଲ୍‌ ଵାକର-ଥୋମାସ ଜାର୍ଭିସ୍‌ଙ୍କଠୁ ୦-୩ରେ ପରାସ୍ତ ହୋଇ ଟ୍ରଫି ଦୌଡ଼ରୁ ବାଦ୍‌ ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe