ଭୁବନେଶ୍ଵର: ଚେନ୍ନାଇରେ ଅନୁଷ୍ଠିତ ୨୭ତମ ଜାତୀୟ ଉପକନିଷ୍ଠ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ଓଡ଼ିଶା ଦଳ ଶନିବାର ଓଡ଼ିଶା ଫେରିଛି। ପଦକ ବିଜେତା ଓଡିଶା ଦଳକୁ ଭୁବନେଶ୍ବର ରେଳ ଷ୍ଟେସନ୍ରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଦଳ ସହ ପ୍ରବଂଧକ ଭାବେ ଗସ୍ତ କରିଥିବା ସମୀରକାନ୍ତ ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶାର ଜଣାଶୁଣା ସାମାଜିକ ସଂଗଠନ ୱି ଫର ଭୁବନେଶ୍ବରର ସମସ୍ତ କର୍ମକର୍ତ୍ତା, ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ସଭାପତି ସୁରଜ କୁମାର ମିଶ୍ର, ସମ୍ପାଦକ ଶିଥିଳ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାଶ, ଯୁଗ୍ମସମ୍ପାଦକ ସୋମନାଥ ପରିଡ଼ା, ସଞ୍ଜୟ ବିଶୋୟୀ, ପ୍ରକାଶ ସାହୁ, ରଞ୍ଜନ ନାୟକ ଏବଂ ଓଡିଶା ଦଳର ମୁଖ୍ୟ ପ୍ରଶିକ୍ଷକ ଚକ୍ରଧର ମାଝୀଙ୍କୁ କ୍ରୀଡ଼ାପ୍ରେମୀ ଓ ବ୍ୟକ୍ତି ବିଶେଷ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଓଡ଼ିଶା ଟେନିସବଲ୍ କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା
Advertisment
Follow Us