ଆମେରିକୀୟ ସାମ୍ବାଦିକଙ୍କୁ ଅଟକ ରଖିବାରୁ ବିବାଦ

Advertisment
ଆମେରିକୀୟ ସାମ୍ବାଦିକଙ୍କୁ ଅଟକ ରଖିବାରୁ ବିବାଦ

ଦୋହା: ବିବାଦ ଚଳିତ ଫିଫା ବିଶ୍ବକପ୍‌ର ପିଛା ଛାଡ଼ୁନି। ସୋମବାର ରାତିରେ ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ‌ସୁରକ୍ଷାକର୍ମୀ ଅଟକ ରଖିବାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଆମେରିକାର ଫୁଟ୍‌ବଲ୍ ସାମ୍ବାଦିକ ଗ୍ରାଣ୍ଟ୍‌ ୱାଲ୍‌ ଅଭିଯୋଗ କରିଛନ୍ତି, ଆମେରିକା-ୱେଲ୍ସ ମ୍ୟାଚ୍ ପୂର୍ବରୁ ତାଙ୍କୁ ସୁରକ୍ଷାକର୍ମୀମାନେ ଅହମ୍ମଦ ବିନ ଅଲୀ ଷ୍ଟାଡ଼ିୟମ୍‌ ଭିତରକୁ ପଶିବାକୁ ଦେଇନଥିଲେ। କାରଣ ସେ ଏକ ଇନ୍ଦ୍ରଧନୁ ଆଛାଦିତ ସାର୍ଟ ପରିଧାନ କରିଥିଲେ। ସମଲିଙ୍ଗୀ ସମ୍ପ୍ରଦାୟକୁ ସମର୍ଥନ ଜଣାଇ ସେ ଏହ‌ାକୁ ପରିଧାନ କରିଥିଲେ।

ସୁରକ୍ଷାକର୍ମୀ କିନ୍ତୁ ଏହା ‘ରାଜନୈତିକ’ ଉଦ୍ଦେଶ୍ୟ ଦର୍ଶାଇ ଓହ୍ଲାଇଦେବାକୁ କହିଥିଲେ। ଏପରିକି ଅଭିଯୋଗର ଟ୍ବିଟ୍‌ କରିବା ବେଳେ ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ୨୫ ମିନିଟ୍‌ ଅଟକ ପରେ ଅବଶ୍ୟ ଗ୍ରାଣ୍ଟଙ୍କୁ ସୁରକ୍ଷାକର୍ମୀ ଛାଡ଼ିଥିଲେ ଏବଂ ଜଣେ ଫିଫା ଅଫିସିଆଲ୍ କ୍ଷମା ମାଗି ନେଇଥିଲେ। ‌ପ୍ରଶଂସକଙ୍କ ବିରୋଧରୁ ତାଙ୍କୁ ସୁରକ୍ଷା ଦେବାକୁ ଏଭଳି କରାଯାଇଥିଲା ବୋଲି ମଧ୍ୟ ପରେ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଗ୍ରାଣ୍ଟ୍ ମଧ୍ୟ ଶେଷରେ ଇନ୍ଦ୍ରଧନୁ ଆଛାଦିତ ସାର୍ଟ ପରିଧାନ କରି ଷ୍ଟାଡିୟମ୍ ଭିତରକୁ ଯାଇଥିଲେ।

ସୂଚନାଯୋଗ୍ୟ, କାତାରରେ ସମଲିଙ୍ଗୀ ସମ୍ପ୍ରଦାୟକୁ ସ୍ବୀକୃତି ନଥିବାବେଳେ ଏମାନଙ୍କ ପାଇଁ ଲଢ଼ୁଥିବା ସାମାଜିକ କର୍ମୀମାନେ ବିଶ୍ବକପ୍‌କୁ ବିରୋଧ କରିଆସୁଛନ୍ତି। ୟୁରୋପୀୟ ଦେଶଗୁଡ଼ିକ ଏହାର ପ୍ରତିବାଦରେ ‘ୱାନ୍ ଲଭ୍‌’ ଆର୍ମବ୍ୟାଣ୍ଡ୍ ପରିଧାନ କରିବେ ବୋଲି ଯୋଜନା କରୁଥିଲେ ମଧ୍ୟ ଫିଫା ଧମକ ଓ ନିୟମକୁ ସମ୍ମାନ ଜଣାଇ ଏଥିରୁ ଓହରିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe