କୁଚ୍‌ବେହାର ଟ୍ରଫି: ଆସାମ ବିପକ୍ଷରେ ଓଡ଼ିଶାକୁ ପାଳି ଅଗ୍ରଣୀ

Advertisment
କୁଚ୍‌ବେହାର ଟ୍ରଫି: ଆସାମ ବିପକ୍ଷରେ ଓଡ଼ିଶାକୁ ପାଳି ଅଗ୍ରଣୀ

କଟକ: ପୁନେର ଡେକାନ ଜିମ୍‌ଖାନା ପଡ଼ିଆରେ ଚାଲିଥିବା କୁଚ୍‌ବେହାର ଟ୍ରଫିରେ ଆସାମ ବିପକ୍ଷରେ ଓଡ଼ିଶାକୁ ପାଳି ଅଗ୍ରଣୀ ମିଳିଯାଇଛି। ଓଡ଼ିଶାର ପ୍ରଥମ ପାଳି ୧୯୮ ଜବାବରେ ଆସାମର ପ୍ରଥମ ପାଳି ସ୍କୋର୍‌ ୧୭୮ ରନ୍‌ରେ ଅଟକି ଯାଇଥିଲା। ଫଳରେ ଓଡ଼ିଶାକୁ ୨୦ ରନ୍‌ର ଅଗ୍ରଣୀ ମିଳିଥିଲା। ଏହପରେ ବୁଧବାର ତୃତୀୟ ଦିନ ଶେଷ ସୁଦ୍ଧା ଓଡ଼ିଶା ଦ୍ବିତୀୟ ପାଳିରେ ୭ ୱିକେଟ୍‌ ବିନିମୟରେ ୨୨୫ ରନ୍‌ କରିଥିବାରୁ ହାତରେ ୩ ୱିକେଟ୍‌ ଥାଇ ମୋଟ ୨୪୫ ରନ୍‌ର ଅଗ୍ରଣୀ ପାଇଛି।

ଦ୍ବିତୀୟ ପାଳିରେ ପୁଣି ପ୍ରାରମ୍ଭିକ ବିପର୍ଯ୍ୟୟ ହୋଇଥିଲେ ବି ଆଶୀର୍ବାଦ ସ୍ବାଇଁ (୨୭), ସମ୍ବିତ ବରାଳ (୫୫), ସାଇଦୀପ ମହାପାତ୍ର (୬୫) ଓଡ଼ିଶାକୁ ଉଦ୍ଧାର କରିଥିଲେ। ସୁଶୀଲ ବାରିକ ୧୫* ଓ ନିର˚ଜନ ଗୌଡ଼ ୧* ରନ୍‌ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ଦ୍ବିତୀୟ ଦିନର ଅସମାପ୍ତ ସ୍କୋର ୧୧୯/୪ରୁ ଖେଳିଥିବା ଆସାମ ତୃତୀୟ ଦିନରେ ମଧ୍ୟ ଆଶାନୁରୂପକ ପ୍ରଦର୍ଶନ ଦେଇପାରିନଥିଲା। ରୋଶନ ଟପ୍ପୋ ୨୧, ସୁମିତ କାଶ୍ୟପ ୧୨, ସୌରଭ ଦେ ୧୩, ଅନୁରାଗ ଫୁକନ ୨୪* ରନ୍‌ ସ˚ଗ୍ରହ କରିପାରିଥିଲେ। ଆଦିତ୍ୟ ଜୟସି˚ହ ସର୍ବାଧିକ ୪ ଵିକେଟ ଅକ୍ତିଆର କରିଥିଲା ବେଳେ ଆଶୁତୋଷ ଛୁରିଆ ୩, ଶ୍ରେଷ୍ଠ ସି˚ହ ୩ ଵିକେଟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe