କୁଚ୍‌ବିହାର ଟ୍ରଫି ଦ୍ବିତୀୟ ଦିନ: ଶ୍ରେୟାଂଶ ଓ ପାନକଳାଙ୍କ ଶତକ

Advertisment

ବରଗଡ଼ କ୍ରିଷ୍ଣା ବିକାଶ ପଡ଼ିଆଠାରେ ଓଡ଼ିଶା ଓ ମେଘାଳୟ ମଧ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍‌ କୁଚ୍‌ବିହାର ଟ୍ରଫିର ଦ୍ବିତୀୟ ଦିବସରେ ଓଡ଼ିଶା ମଙ୍ଗଳବାରର ଅସମାପ୍ତ ସ୍କୋର୍‌ ୧୮୬/୩ରୁ ଖେଳ ଆରମ୍ଭ କରି ୪୧୪/୯ ରନ୍‌ରେ ପାଳି ଘୋଷଣା କରିଛି।

ବରଗଡ଼ କ୍ରିଷ୍ଣା ବିକାଶ ପଡ଼ିଆଠାରେ ଓଡ଼ିଶା ଓ ମେଘାଳୟ ମଧ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍‌ କୁଚ୍‌ବିହାର ଟ୍ରଫିର ଦ୍ବିତୀୟ ଦିବସରେ ଓଡ଼ିଶା ମଙ୍ଗଳବାରର ଅସମାପ୍ତ ସ୍କୋର୍‌ ୧୮୬/୩ରୁ ଖେଳ ଆରମ୍ଭ କରି ୪୧୪/୯ ରନ୍‌ରେ ପାଳି ଘୋଷଣା କରିଛି।

gjgjgjdjgjgj

ବରଗଡ଼: ବରଗଡ଼ କ୍ରିଷ୍ଣା ବିକାଶ ପଡ଼ିଆଠାରେ ଓଡ଼ିଶା ଓ ମେଘାଳୟ ମଧ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍‌ କୁଚ୍‌ବିହାର ଟ୍ରଫିର ଦ୍ବିତୀୟ ଦିବସରେ ଓଡ଼ିଶା ମଙ୍ଗଳବାରର ଅସମାପ୍ତ ସ୍କୋର୍‌ ୧୮୬/୩ରୁ ଖେଳ ଆରମ୍ଭ କରି ୪୧୪/୯ ରନ୍‌ରେ ପାଳି ଘୋଷଣା କରିଛି। ୫୩ ରନ୍‌ରେ ଅପରାଜିତ ଥିବା ଅଧିନାୟକ ଶ୍ରେୟାଂଶ ଭରଦ୍ୱାଜ ୧୧ ଚୌକା ଓ ଗୋଟିଏ ଛକା ସହ ୧୦୩ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ପାନକଳା ମୋକ୍ଷିତ ୧୩ ଚୌକା ଓ ୩ ଛକା ସହ ୧୧୬ ରନ୍  କରିଥିଲେ। ମେଘାଳୟ ପକ୍ଷରୁ ଏମ୍‌ ଗୁପ୍ତା ୫ଟି ଏବଂ ସାବିଆନ ଓ ଜି.ଜେ ଠାକୁରିଆ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ମେଘାଳୟ ଦ୍ବିତୀୟ ପାଳି ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ୮୪/୨ ରନ୍ କରିଛି। ଦଳ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟର୍‌ ଶୁଭମ୍ ୩୭* ଓ ଜି. ନାର୍ଲେଂ ୨୨* ରନ୍‌ରେ ଅପରାଜିତ ଅଛନ୍ତି। ମନ୍ଥନ ୧୭ ଓ ଆର୍‌ଏସ୍‌ ରାଠୋର ୪ ରନ୍‌ କରି ଆଉଟ୍ ହୋଇଥିଲେ।

୪୧୪/୯ରେ ଓଡ଼ିଶାର ପ୍ରଥମ ପାଳି ଘୋଷଣା, ମେଘାଳୟ ଦ୍ବିତୀୟ ପାଳିରେ ୮୪/୨

ପ୍ରଥମ ପାଳିରେ ୯୬ ରନ୍ କରିଥିବା ଭ୍ରମଣକାରୀ ମେଘାଳୟ ଏବେ ଓଡ଼ିଶାର ପ୍ରଥମ ପାଳିଠାରୁ ମୋଟ ଉପରେ ୨୩୪ ରନ୍‌ ପଛରେ ରହିଛି। ଫଳରେ ଓଡ଼ିଶାର ବିଜୟ ସମ୍ଭାବନା ବଢ଼ିଛି। ଓଡ଼ିଶା କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା କ୍ରିକେଟ୍‌ ସଂଘ ଆୟୋଜନ କରୁଥିବା ଏହି ମ୍ୟାଚ୍‌ରେ ବିସିସିଆଇ ପକ୍ଷରୁ ଅମ୍ପାୟାର ଶକ୍ତିପଦ ଭଟ୍ଟାଚାର୍ଯ୍ୟ ଓ ରମେଶ କୁମାର ଖେଳ ପରିଚାଳନା କରିଥିଲେ। ପର୍ଭିନ୍ଦର ସିଂହ ମ୍ୟାଚ୍‌ ରେଫରି, ବିରାଜ ଦାଶ ଅନଲାଇନ୍‌ ସ୍କୋରର୍‌, ରାଜୁ ପା‌ଣ୍ଡେ ମାନୁଏଲ୍ ସ୍କୋରର୍‌,  ତାପସ ନାୟକ ଭିଡିଓ ଆନାଲିଷ୍ଟ୍ ଏବଂ ଗୋବିନ୍ଦ ବେହେରା ସହକାରୀ ଭିଡିଓ ଆନାଲିଷ୍ଟ୍ ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe