କୁଚ୍ ବେହାର ଟ୍ରଫି: ଦିବ୍ୟଜ୍ୟୋତିଙ୍କ ଶତକ

ଓଡ଼ିଶା ୩୬୨ ରନ୍‌ରେ ଆଗୁଆ

କୁଚ୍ ବେହାର ଟ୍ରଫି: ଦିବ୍ୟଜ୍ୟୋତିଙ୍କ ଶତକ

କଟକ: ଗୁଜରାଟର ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ‌ରେ ଚାଲିଥିବା ୧୯ ବର୍ଷରୁ କମ କୁଚ୍‌ ବେହାର ଟ୍ରଫିରେ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ଚମତ୍କାର ଶତକ ବଳରେ ମଣିପୁର ବିପକ୍ଷରେ ଓଡ଼ିଶା ୩୬୨ ରନ୍‌ର ଅଗ୍ରଣୀ ହାସଲ କରିନେଇଛି। ପ୍ରଥମ ଦିନ ମଣିପୁର ପ୍ରଥମ ପାଳିକୁ ୧୧୦ ରନ୍‌ରେ ଅଟକାଇ ଦେବା ପରେ ଓଡ଼ିଶା ତା’ର ପ୍ରଥମ ପାଳିରେ ୧୬୭/୦ କରିଥିଲା।

ରବିବାର ଦ୍ବିତୀୟ ଦିବସରେ ୬ ୱିକେଟ୍‌ ହରାଇଥିଲା ବେଳେ ଆଉ ୩୦୫ ରନ୍‌ ଯୋଡ଼ିଛି। ପ୍ରଥମ ଦିନ ୭୫ ରନ୍‌ରେ ଅପରାଜିତ ଥିବା ଦିବ୍ୟଜ୍ୟୋତି ଆଜି ଶତକ ପୂରଣ କରିଥିଲେ। ସେ ୧୧୩ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଆଶୀର୍ବାଦ ସ୍ବାଇଁ (୮୯), ଅଧିନାୟକ ସାଇଦୀପ ମହାପାତ୍ର (୮୭), ଶ୍ରେୟାଂଶ ଭରଦ୍ବାଜ (୫୨) ଏବଂ ମହମ୍ମଦ ସୋହେଲ ଖାନ୍‌ (୬୧*) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଫଳରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଓଡ଼ିଶାର ପ୍ରଥମ ପାଳି ସ୍କୋର୍‌ ୪୭୨/୬ ରହିଛି। ମଣିପୁର ପକ୍ଷରୁ କଲ୍ୟାଣ ଓ ରାହୁଲ କୁମାର ୨ଟି ଲେଖାଏଁ ଵିକେଟ୍‌ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe