Punjabi Jagran
ଟୋକିଓ: ସମଗ୍ର ବିଶ୍ବ କରୋନା ମହାମାରୀ କବଳିତ ଥିବା ସତ୍ତ୍ବେ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଆଥ୍ଲେଟ୍ଙ୍କ ପାଇଁ କରୋନା ଟିକା ଏକ ବାଧ୍ୟତାମୂଳକ ଆବଶ୍ୟକତା ରହିବନି। ମଙ୍ଗଳବାର ଏଭଳି ସୂଚନା ଦେଇଛନ୍ତି ଆଇଓସି (ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି)ର ମୁଖ୍ୟ ଥୋମାସ୍ ବାକ୍। ଆଥ୍ଲେଟ୍ ଏବଂ ଅଲିମ୍ପିକ୍ରେ ଅଂଶଗ୍ରହଣ କରୁଥିବା ଅନ୍ୟାନ୍ୟ ସଦସ୍ୟଙ୍କ ପାଇଁ କରୋନା ଟିକା ଏକ ମୁକ୍ତ ନିଷ୍ପତ୍ତି ଭାବେ ଗ୍ରହଣ କରାଯିବ। କାହାରିକୁ ଏଥିପାଇଁ ବାଧ୍ୟ କରାଯାଇପାରିବ ନାହିଁ। ଅଲିମ୍ପିକ୍ସ ବେଳେ ଏକାଧିକ ପ୍ରସଙ୍ଗକୁ ବିଚାରକୁ ନିଆଯିବ। ସେଥିରେ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପ୍ରସଙ୍ଗ ଏକ ପ୍ରଶ୍ନବାଚୀ ହେବ ବୋଲି ବାକ୍ କହିଛନ୍ତି। ତେବେ ଆଥ୍ଲେଟ୍ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ ଟିକା ବ୍ୟବହାର କରିବା ପାଇଁ ଆହ୍ବାନ କରାଯିବ। ଯାହାକି ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ସମେତ ଆୟୋଜକ ଜାପାନିମାନଙ୍କ ପାଇଁ ନିରାପଦ ରହିବ ବୋଲି ବାକ୍ କହିଛନ୍ତି।
Follow Us