ବ୍ୟାଟ୍‌, ଜର୍ସି ନିଲାମ କରିବେ ଆଝାର ଅଲ୍ଲୀ

Advertisment
ବ୍ୟାଟ୍‌, ଜର୍ସି ନିଲାମ କରିବେ ଆଝାର ଅଲ୍ଲୀ

The SportsRush

ଲାହୋର : କରୋନା ମହାମାରୀ ରିଲିଫ୍‌ ପାଇଁ ପାଣ୍ଠି ସଂଗ୍ରହ ଲାଗି ପାକିସ୍ତାନ ଟେଷ୍ଟ୍‌ ଦଳର ଅଧିନାୟକ ଆଝାର ଅଲ୍ଲୀ ନିଜର ବ୍ୟାଟ୍‌ ଓ ଜର୍ସି ନିଲାମ କରିବାକୁ ମଙ୍ଗଳବାର ଘୋଷଣା କରିଛନ୍ତି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ଇଂଲଣ୍ଡରେ ଆୟୋଜିତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ବିଜୟୀ ବେଳେ ପିନ୍ଧିଥିବା ଜର୍ସିକୁ ନିଲାମ କରିବେ। ଏହି ଜର୍ସିରେ ପାକିସ୍ତାନ ଦଳର ସମସ୍ତ ଖେଳାଳିଙ୍କ ସ୍ବାକ୍ଷର ରହିଛି। କରୋନା ମହାମାରୀ ରିଲିଫ୍‌ ପାଇଁ ପାଣ୍ଠି ସଂଗ୍ରହ ଲାଗି ମୁଁ ମୋର ଅତି ପ୍ରିୟ ଦୁଇଟି ଜିନିଷ ନିଲାମ କରିବାକୁ ଯାଉଛି। ଯାହାର ମୂଲ୍ୟ ୧୦ ଲକ୍ଷ ପାକିସ୍ତାନ ଟଙ୍କା ରହିଛି। ଏହି ନିଲାମ ମେ ୫ ତାରିଖ ରାତି ୧୧.୫୯ରେ ଶେଷ ହେବ। ଏଥିରେ ୨୦୧୭ ଚାମ୍ପିଅନ୍ସ ଟ୍ରଫି ବିଜୟୀ ବେଳେ ମୁଁ ପିନ୍ଧିଥିବା ଜର୍ସି ରହିଛି। ସେହି ସମୟରେ ଦଳରେ ଥିବା ସମସ୍ତ ଖେଳାଳିଙ୍କ ସ୍ବାକ୍ଷର ଏହି ଜର୍ସିରେ ରହିଛି ବୋଲି ଟ୍ବିଟର୍‌ରେ ଏକ ଭିଡିଓ ମାଧ୍ୟମରେ ଆଝାର ପ୍ରକାଶ କରିଛନ୍ତି।

ନିକଟରେ କରୋନା ବିପକ୍ଷ ଲଢ଼େଇ ଲାଗି ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଏବି ଡି'ଭିଲିୟର୍ସ ୨୦୧୬ ଆଇପିଏଲ୍‌ରେ ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚ୍‌ ବେଳର କିଟ୍‌କୁ ନିଲାମ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେ‌ଏଲ୍‌ ରାହୁଲ ମଧ୍ୟ ୨୦୧୯ ବିଶ୍ବକପ୍‌ରେ ବ୍ୟବହାର କରିଥିବା କ୍ରିକେଟ୍‌ କିଟ୍‌କୁ ନିଲାମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe