କରୋନା କାଳ: ଚେନ୍ନାଇ ଛାଡ଼ି‌ଲେ ଧୋନି

ବିମାନ ବନ୍ଦରରୁ ଫେରିଲେ ମହିଳା ହକି ଖେଳାଳି

କରୋନା କାଳ: ଚେନ୍ନାଇ ଛାଡ଼ି‌ଲେ ଧୋନି

news

ବେଙ୍ଗାଲୁରୁ: ଛୁଟି ବାତିଲ ହେବାରୁ ଭାରତୀୟ ମହିଳା ହକି ଖେଳାଳିଙ୍କୁ ବିମାନବନ୍ଦରରୁ ‘ସାଇ’ ଶିବିରକୁ ଫେରିବାକୁ ପଡ଼ିଛି। ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତ ଲାଗି ଦଳର ପ୍ରସ୍ତୁତି ଶିବିର ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ ଚାଲିଥିଲା। ଏଥିରୁ କିଛି ଦିନ ବିରତି ପାଇଁ ଖେଳାଳିମାନଙ୍କୁ ଗତ ଶନିବାରଠୁ ୭ ଦିନର ଛୁଟି ମଞ୍ଜୁର କରାଯାଇଥିଲା। ଯେଉଁ ଖେଳାଳିମାନେ ଚାହିଁବେ ଏହି ଛୁଟି ସମୟରେ ନିଜ ଘରକୁ ଯାଇପାରିବେ। ଘରକୁ ଯିବା ଲାଗି କିଛି ଖେଳାଳିଙ୍କ ବିମାନ ଟିକେଟ୍‌ ରବିବାର ସକାଳ ପାଇଁ ଥିଲା। ଶନିବାର ୭ ଜଣ ଖେଳାଳି ଘରକୁ ଯିବା ଲାଗି କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ଯାଇଥିଲେ। ତେବେ କରୋନା ପାଇଁ ଛୁଟି ବାତିଲ ହେବାରୁ ବିମାନ ବନ୍ଦରରୁ ‘ସାଇ’ ଶିବିରକୁ ଫେରିବା ଲାଗି ଏହି ୭ ଖେଳାଳିଙ୍କୁ କୁହା ଯାଇଥିଲା। ଶିବିର ପୂର୍ବ ପରି ଚାଲୁ ରହିବ ବୋଲି ‘ସାଇ’ର ବରିଷ୍ଠ ନିର୍ଦେଶକ କ୍ୟାପ୍‌ଟେନ୍ ଅଜୟ କୁମାର ବାହଲ ସୂଚନା ଦେଇଛନ୍ତି। ଛୁଟି ପାଇବା ପରେ ପ୍ରଶିକ୍ଷକ ଜୋଏର୍ଡ ମାରିନ ମଧ୍ୟ ନିଜ ଘରକୁ ଯିବା ଲାଗି ସଜବାଜ ହୋଇଥିଲେ। ଛୁଟି ବାତିଲ ଯୋଗୁଁ ‌ସେ ମଧ୍ୟ ନିଜ ଗସ୍ତକୁ ବାତିଲ କରିଛନ୍ତି।

ଚେନ୍ନାଇ ଛାଡ଼ି‌ଲେ ଧୋନି
ଚେନ୍ନାଇ: କରୋନା ଭୂତାଣୁ ଆତଙ୍କ ପାଇଁ ଆଇପିଏଲ୍-୧୩ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେବା ପରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରବିବାର ଚେନ୍ନାଇ ଛାଡ଼ିଛନ୍ତି। ବିଶ୍ବକପ୍ ସେମିଫାଇନାଲ୍ ପରେ କ୍ରିକେଟ୍‌ରୁ ଦୂରେଇ ରହିଥିବା ଧୋନି ଆଇପିଏଲ୍ ପ୍ରସ୍ତୁତି ପାଇଁ ଗତ କିଛି ଦିନ ହେବ ଏଠାରେ ଡେରା ପକାଇଥିଲେ। ହେଲେ ଆଜି ନିଜ ରହଣୀକୁ କମାଇ ନିଜ ସହର ରାଞ୍ଚି ଫେରି ଯାଇଛନ୍ତି। ତାଙ୍କୁ ଦେଖିବା ଲାଗି କିନ୍ତୁ ସ୍ଥାନୀୟ ପ୍ରଶଂସକ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଭିଡ଼ ଜମାଇଥିଲେ। ଧୋନି ମଧ୍ୟ ସମର୍ଥକଙ୍କ ଗହଣରେ ବେଶ୍ ଖୁସି ଥିଲା ବେଳେ ଆନନ୍ଦର ସହ ଅଟୋଗ୍ରାଫ ଦେଉଥିବା ଦେଖିବାକୁ ମିଳିଥିଲା। ଧୋନିଙ୍କ ନୂଆ ଲୁକ୍ ମଧ୍ୟ ପ୍ରଶଂସକଙ୍କୁ ଢେର ପସନ୍ଦ ଆସିଥିଲା। ‘ଚେନ୍ନାଇ ଆପଣଙ୍କ ଦ୍ବିତୀୟ ଘର। ଆମେ ସମସ୍ତେ ଆପଣଙ୍କୁ ବହୁତ ଭଲ ପାଉ’ ଲେଖାଥିବା ପ୍ଲାକାର୍ଡ ମଧ୍ୟ କିଛି ପ୍ରଶଂସକ ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe