କର୍ପୋରେଟ୍‌ କପ୍‌ ଟିଟି: ଅନିର୍ବାଣଙ୍କୁ ତ୍ରିମୁକୁଟ

Advertisment
କର୍ପୋରେଟ୍‌ କପ୍‌ ଟିଟି: ଅନିର୍ବାଣଙ୍କୁ ତ୍ରିମୁକୁଟ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ଟେବୁଲ୍‌ ଟେନିସ୍‌ ସଂଘ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧ ଇନ୍‌ଡୋର୍‌ ହଲରେ ଆୟୋଜିତ ପ୍ରଥମ କର୍ପୋରେଟ୍‌ କପ୍‌ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ଅନିର୍ବାଣ ରାୟଙ୍କୁ ତ୍ରିମୁକୁଟ ମିଳିଥିବା ବେଳେ ପ୍ରତିମା ମହିଳା ଏକକ ଟ୍ରଫି ଜିତିଛନ୍ତି। ରବିିବାର ଆୟୋଜିତ ଏହି ଦିନିକିଆ ପ୍ରତିଯୋଗିତାରେ ବଡ଼ ବଡ଼ ସଂସ୍ଥାର ୬୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଅନିର୍ବାଣ ପୁରୁଷ ଏକକ ସାଙ୍ଗକୁ ପୁରୁଷ ଯୁଗଳରେ ଜୋସେଫ୍‌ ବେନେଡିକ୍ଟୋଙ୍କୁ ଏବଂ ମିଶ୍ରିତ ଯୁଗଳରେ ଝୁମା ଦତ୍ତଙ୍କୁ ସାଥୀ କରି ଟ୍ରଫି ହାସଲ କରିଥିଲେ। ସେହିପରି ମହିଳା ଏକକରେ ପ୍ରତିମା ବିଜେତା ହୋଇଥିଲା ବେଳେ ପି ମିକ୍ରୋ ଦ୍ୱିତୀୟ ସ୍ଥାନ ପାଇଥିଲେ। ପୁରୁଷ ଏକକରେ ଜୋସେଫ୍‌ ବେନେଡିକ୍ଟୋ, ପୁରୁଷ ଯୁଗଳରେ ସ୍ମୃତି ରଂଜନ ଦାସ ଓ ପିକେ ସାମନ୍ତରାୟ ଏବଂ ମିଶ୍ରିତ ଯୁଗଳରେ ଶକ୍ତି ପତି ଓ ଏକତା ଚୌରସିଆ ଉପବିଜେତା ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି ମେକ୍ରୋ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe