ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି : କାଉଣ୍ଟର ଟିକେଟ୍‌ ବିକ୍ରି ଆରମ୍ଭ

କଳିଙ୍ଗ ଷ୍ଟାଡିୟମରେ ନାଭାଲ୍ ଟାଟା ହକି ଗ୍ରାସରୁଟ ଲିଗର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ

ଭୁବନେଶ୍ବର: ନଭେମ୍ବର ୧ରୁ ୨ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ପ୍ରତିଯୋଗିତା ଲାଗି ଗୁରୁବାରଠାରୁ କାଉଣ୍ଟର ଟିକେଟ ବିକ୍ରି ଆରମ୍ଭ ହୋଇଛି। ହକିପ୍ରେମୀ କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର-୯ ସ୍ଥିତ ବକ୍ସ ଅଫିସ୍ ସହ ଭୁବନେଶ୍ବରର ବିଭିନ୍ନ ଆଉଟଲେଟ୍‌ରୁ ଟିକେଟ କିଣି ପାରିବେ। ସେହିଭଳି ଏହି ପ୍ରତିଯୋଗିତା ଲାଗି ଅନ୍‌ଲାଇନରେ ଟିକେଟ କିଣିଥିବା ଦର୍ଶକ କଳିଙ୍ଗ ଷ୍ଟାଡିୟମ ଟିକେଟ କାଉଣ୍ଟର (ଗେଟ୍ ନମ୍ବର ୪)ରେ ଏହାକୁ ଦେଖାଇ ଟିକେଟ ନେଇପାରିବେ। ଏହି କାଉଣ୍ଟର ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ପୂର୍ବରୁ ସେପ୍ଟେମ୍ବର ୧୮ରୁ ଅନ୍‌ଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇ ସାରିଛି।

ଦର୍ଶକମାନେ ଗୋଟିଏ ଟିକେଟରେ ଉଭୟ ମହିଳା ଏବଂ ପୁରୁଷ ମ୍ୟାଚ୍ ଦେଖିପାରିବେ। ମହିଳା ମ୍ୟାଚ୍ ସଂଧ୍ୟା ୬ ଏବଂ ପୁରୁଷ ମୁକାବିଲା ରାତି ୮ଟାରୁ ଆରମ୍ଭ ହେବ। ନଭେମ୍ବର ପହିଲାରେ ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିବା ପରେ ଦ୍ବିତୀୟରେ ଭାରତୀୟ ପୁରୁଷ ଦଳ ରୁଷିଆ ସହ ମୁହାଁମୁହିଁ ହେବ। ନଭେମ୍ବର ୨ରେ ସେହିଭଳି ମହିଳା ମ୍ୟାଚ୍ ପରେ ପୁରୁଷ ମ୍ୟାଚ୍ ଆରମ୍ଭ ହେବ। ଦୁଇ ଦିନରେ ଲଗାତାର ଖେଳା ଯିବାକୁ ଥିବା ଦୁଇଟି ମୁକାବିଲାରୁ ଯେଉଁ ଦଳ ଅଧିକ ପଏଣ୍ଟ ଅର୍ଜନ କରିବ, ସିଏ ଟୋକିଓ ଅଲିମ୍ପକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସର ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ଲାଗି ଟିକେଟ ଦର ୨୦୦ ଟଙ୍କା ରଖା ଯାଇଛି। ପୂର୍ବ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୩୦୦ ଟଙ୍କା ଥିଲା ବେଳେ ପଶ୍ଚିମର ଭିଆଇପି ଗ୍ୟାଲେରି ଟିକେଟ ଦାମ୍ ୫୦୦ ଟଙ୍କା ରହିଛି।

ଟିକେଟ୍ ବିକ୍ରି ସ୍ଥାନ: କଳିଙ୍ଗ ଷ୍ଟାଡିୟମ୍ ବକ୍ସ ଅଫିସ୍ ଗେଟ୍ ନମ୍ବର-୯, ସ୍ପୋର୍ଟସ ଏମ୍ପୋରିୟମ୍ ଜୟଦେବ ବିହାର, ସିଷ୍ଟର ମୋବାଇଲ ବାପୁଜୀ ନଗର, ଏସଏସ୍ ଫ୍ରେଜେନ୍ ୱାର୍ଲଡ କାନନ ବିହାର ଚନ୍ଦ୍ରଶେଖରପୁର, ବି ୨୧ ଜନପଥ ଖାରବେଳନଗର, ବି ୨୧ ସହିଦ ନଗର, ଇନ୍ ଆଣ୍ଡ ଆଉଟ୍ ଡିଷ୍ଟ୍ରିକ୍ଟ ସେଣ୍ଟର ଚନ୍ଦ୍ରଶେଖରପୁର, କ୍ଲିୟରପ୍ରିଣ୍ଟ ଡଟ୍ ଇନ୍ ଜାଗମରା, ସି’ ଡେକର୍ସ ଡିଷ୍ଟ୍ରିକ୍ଟ ସେଣ୍ଟର ଚନ୍ଦ୍ରଶେଖରପୁର, ଏଫ୍‌ଏଚ୍ ୧୭ ସେଲୁନ, ଭବାନୀ ମଲ୍ ସହିଦନଗର, ଉଜାଲା କାର୍ ଫେସନ ଖଣ୍ଡଗିରି, ରିଲାଏନ୍ସ ଫୁଡ୍ କୋର୍ଟ, ମାଷ୍ଟରକ୍ୟାଣ୍ଟିନ, କ୍ଲାସିକ୍ ବୁଟିକ୍ ଆଣ୍ଡ ବିୟୁଟି ଫେସନ୍, ଲକ୍ଷ୍ମୀସାଗର କେନାଲ ରୋଡ୍, ହାଉସ୍ ଅଫ୍ କ୍ୟାଣ୍ଡି, ଏସ୍‌ପ୍ଲାନେଡ୍ ମଲ୍ ରସୁଲଗଡ଼, ଫ୍ରେସ୍ ଫ୍ରୋଜେନ୍ ମାଉଣ୍ଟ ଭୌମନଗର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe