ଆଇପିଏଲ ଉପରେ କରୋନା କଳାବାଦଲ : କୋଲକାତା ପରେ ଚେନ୍ନାଇ ଦଳରେ ବି କରୋନା ଆକ୍ରାନ୍ତ

Advertisment
ସୁପର କିଙ୍ଗ୍ସ ସିଧା ଫାଇନାଲ୍‌ରେ: ଓଡ଼ିଆ ଖେଳାଳି ଶୁଭ୍ରାଂଶୁଙ୍କ ରନ୍‌ ଆଉଟ୍‌ ହେଲା ନିର୍ଣ୍ଣାୟକ

Sportstar - The Hindu

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଉପରେ କରୋନାର କଳାବାଦଲ ଦେଖାଦେଇଛି । କୋଲକତା ନାଇଟ ରାଇଡର୍ସ (କେକେଆର)ର ଦୁଇ ଜଣ ଖେଳାଳି କରୋନା ପଜିଟିଭ ବାହାରିବା ପରେ ଆଜି କେକେଆର ଓ ଆରସିବି ମଧ୍ୟରେ ହେବାକୁ ଥିବା ଆଇପିଏଲ ମ୍ୟାଚକୁ ସ୍ଥଗିତ ରଖାଯାଇଛି ।

କେକେଆରର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସଂଦୀପ ଓ୍ବାରିୟର କରୋନା ପଜିଟିଭ ବାହାରିବା ପରେ ବିସିସିଆଇ ପକ୍ଷରୁ ଆଜିର ମ୍ୟାଚକୁ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ଚେନ୍ନାଇ ଦଳରେ ବି କରୋନା ଭୁତାଣୁ ପ୍ରବେଶ କରିବାରେ ସକ୍ଷମ ହୋଇଛି । ଦଳର ସିଇଓ କାଶୀ ବିଶ୍ବନାଥନ, ବୋଲିଂ କୋଚ ଏଲ.ବାଲାଜୀ ଓ ଦଳର ଜଣେ ବସ କ୍ଲିନର କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ତେବେ ଦଳର ଖେଳାଳିମାନଙ୍କର ହୋଇଥିବା ପରୀକ୍ଷା ନେଗେଟିଭ ବାହାରିଛି ।

କେକେଆର ନିକଟରେ ଦିଲ୍ଲୀ ସହ ଏକ ମ୍ୟାଚ ଖେଳିଥିଲା। ଏଣୁ ଦିଲ୍ଲୀ ଖେଳାଳି ଓ ଅନ୍ୟ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଉଛି ।

ଆଇପିଏଲରେ କରୋନା ଭୁତାଣୁର ପ୍ରବେଶ ପରେ ଆତଙ୍କ ଖେଳିଯାଇଛି । ବିଶେଷକରି ଏହାକୁ ନେଇ ବିଦେଶୀ ଖେଳାଳିମାନେ ଚିନ୍ତିତ ହୋଇପଡ଼ିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe