ସିପିଏଲ୍‌ ପ୍ରଥମ ସଂସ୍କରଣ ଆଜିଠୁ

Advertisment
ସିପିଏଲ୍‌ ପ୍ରଥମ ସଂସ୍କରଣ ଆଜିଠୁ

ଭୁବନେଶ୍ୱର: କର୍ପୋରେଟ୍‌ କ୍ଷେତ୍ରରେ କାର୍ଯ୍ୟରତ କ୍ରିକେଟରଙ୍କ ପାଇଁ ଅପୂର୍ବ ସୁଯୋଗ ଆଣିଥିବା ସିପିଏଲ୍‌ (କର୍ପୋରେଟ୍‌ ପ୍ରିିମିୟର୍‌ ଲିଗ୍‌)ର ପ୍ରଥମ ସଂସ୍କରଣ ବୁଧବାରଠାରୁ ଆରମ୍ଭ ହୋଇଯିବ। ମୋଟ ୬ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଦଳକୁ ନେଇ ଏହି ଆଇପିଏଲ୍‌ ଫର୍ମାଟ୍‌ ପ୍ରତିଯୋଗିତା ମେ’ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ସୋଆ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଖେଳାଯିବ। ଦୈନିକ ୪/୫ଟି ମ୍ୟାଚ୍‌ ଫ୍ଲଡ୍‌ଲାଇଟ୍‌ରେ ଖେଳାଯିବ। ୧୦ ଓଭର ବିଶିଷ୍ଟ ଏହି ପ୍ରତିଯୋଗିତା ଭିକି ଟେନିସ୍‌ ବଲ୍‌ରେ ଖେଳାଯିବ। ଦଳଗୁଡ଼ିକ ହେଲେ-ସ୍ପାର୍ଟନ୍‌ସ ଇଲେଭେନ୍‌, ସର୍ଜିକାଲ୍‌ ଷ୍ଟ୍ରାଇକର୍ସ, ବ୍ଲୁଟେକ୍‌ ସ୍ମାସର୍ସ, ରୟାଲ୍‌ ରେଞ୍ଜର୍ସ, ରୟାଲ୍‌ କ୍ରିକେଟିଂ ଡେୟାର୍‌ ଡେଭିଲ୍‌ସ, କ୍ଲାଉଡ୍‌ସ ଇଲେଭେନ୍‌। ବିଜେତା ଦଳକୁ ୬୦ ହଜାର ଏବଂ ଉପ ବିଜେତାକୁ ୪୦ ହଜାର ଟଙ୍କା ସହିତ ଅନ୍ୟାନ୍ୟ ଆକର୍ଷଣୀୟ ବ୍ୟକ୍ତିଗତ ପୁରସ୍କାର ବ୍ୟବସ୍ଥା ରହିଛି।

ପୂର୍ବରୁ ଅନୁଷ୍ଠିତ ଖେଳାଳି ନିଲାମ ପ୍ରକ୍ରିୟାରେ ପ୍ରାୟ ୧୫୦ ଜଣ ସାମିଲ ହୋଇଥିବା ବେଳେ ପ୍ରତି ଫ୍ରାଞ୍ଚାଇଜ୍‌ ୧୪ ଜଣ ଲେଖାଏଁଙ୍କୁ ବାଛିଥିଲେ। ସୌରଭ ଦାସ ସର୍ବାଧିକ ୩୦,୦୦୦ ପଏଣ୍ଟ୍‌ରେ ଯାଇଥିଲେ। ୬ ବର୍ଷ ଧରି ନିଜ ନିଜ ଭିତରେ ଖେଳିବା ପରେ ଆୟୋଜକ କର୍ପୋରେଟ୍‌ କ୍ରିକେଟ୍‌ କ୍ଲବ୍‌ (ସିସିସି) ଏହି ଆଇପିଏଲ୍‌ ଢ଼ାଞ୍ଚାର ପ୍ରତିଯୋଗିତା ଯୋଜନା କରିଥିଲା। ପ୍ରତିଯୋଗିତା ଆଗକୁ ବଢ଼ିବା ପରେ ଆମେ ଭବିଷ୍ୟତରେ ରାଜ୍ୟର ଯୁବ କ୍ରିକେଟର୍‌ଙ୍କୁ ପ୍ରାୟୋଜିତ କରିବୁ ବୋଲି ଏହି ଅବସରରେ ମଧ୍ୟ ଘୋଷଣା କରାଯାଇଛି। ମଙ୍ଗଳବାର ଜର୍ସି ଉନ୍ମୋଚନ ଉତ୍ସବରେ ‘ସିସିସି’ ପକ୍ଷରୁ ଜିତେନ ଷଡ଼ଙ୍ଗୀ, ସୌରଭ କୁମାର ଦାସ ଏବଂ ସିମାଦ୍ରୀ ଆଶିଷ ପ୍ରମୁଖ ସୂଚନା ପ୍ରଦାନ କରିଥିବା ବେଳେ ବିଭିନ୍ନ ଦଳର ମାଲିକ ଦିଲୀପ କୁମାର ଜେନା, ସମରଜିତ ସାହୁ, ବିଶ୍ୱଜିତ୍‌ ବଡ଼ୁ, ସାଧକ ମିଶ୍ର, ଯାଚକ ମିଶ୍ର, ରୋହନ୍‌ ଦାସ, ମିଶାଲ ସ୍ୱାଇଁ, ମୋହର ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe