ନୀରଜଙ୍କ ପାପୁଲି ହାଡ଼ରେ ଫାଟ

Advertisment

ଡାଇମଣ୍ଡ୍ ଲିଗ୍ ଫାଇନାଲ୍‌ରେ ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ମାତ୍ର ଏକ ସେଣ୍ଟିମିଟର ପାଇଁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ନିଜ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବହୁ ପଛରେ ରହିବା ମଧ୍ୟ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାର ଅନ୍ୟତମ କାରଣ ହୋଇଛି।

hhfhfstht

ବ୍ରସେଲ୍ସ,: ଡାଇମଣ୍ଡ୍ ଲିଗ୍ ଫାଇନାଲ୍‌ରେ ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ମାତ୍ର ଏକ ସେଣ୍ଟିମିଟର ପାଇଁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ନିଜ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବହୁ ପଛରେ ରହିବା ମଧ୍ୟ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାର ଅନ୍ୟତମ କାରଣ ହୋଇଛି। ତେବେ ପ୍ୟାରିସ୍ ଅଲିମ୍ପିକ୍ସରେ ଗ୍ରେନେଡାର ଆଣ୍ଡରସନ୍ ପିଟର୍ସଙ୍କୁ ସହଜରେ ପଛରେ ପକାଇଥିଲେ ମଧ୍ୟ ଡାଇମଣ୍ଡ ଲିଗ୍‌ରେ ପଛୁଆ ରହିବାର କାରଣ ଉପରୁ ସାମାଜିକ ଗଣମାଧ୍ୟମରେ ପରଦା ଉଠାଇଛନ୍ତି ନୀରଜ।

 ସେ କହିଛନ୍ତି, ଗତ ସୋମବାର ଅଭ୍ୟାସ କରୁଥିଲା ବେଳେ ମୋ ବାମହାତ ପାପୁଲିରେ ଆଘାତ ଲାଗିଥିଲା। ଏକ୍ସ-ରେ’ରେ ପାପୁଲି ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ଏଥିଲାଗି ବହୁତ କଷ୍ଟ ବି ହୋଇଥିଲା। ତେବେ ମୋ ପ୍ରଶିକ୍ଷକ, ଟ୍ରେନର ଓ ଫିଜିଓଙ୍କ ସମର୍ଥନ, ଚିକିତ୍ସ‌ା ଓ ମାର୍ଗଦର୍ଶନ ପାଇଁ ଡାଇମଣ୍ଡ୍ ଲିଗ୍‌ରେ ଅଂଶଗ୍ରହଣ କରି ପାରିଲି। ସ୍ବର୍ଣ୍ଣ ପଦକ ସହ ଋତୁ ଶେଷ କରିବାକୁ ଚାହୁଥିଲେ ମଧ୍ୟ ଏହା ସମ୍ଭବ ହେଲାନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe