ସାନିଆ-ସୋଏବ୍‌ ସମ୍ପର୍କରେ ଫାଟ!

Advertisment
ସାନିଆ-ସୋଏବ୍‌ ସମ୍ପର୍କରେ ଫାଟ!

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି। ଗୋଟିଏ ସମୟରେ ଏହି ଦୁଇ କ୍ରୀଡ଼ାବିତ୍‌ଙ୍କ ସଂପର୍କ କ୍ରୀଡ଼ା ଦୁନିଆରେ ଆକର୍ଷଣୀୟ ‌ରହୁଥିଲା। କିନ୍ତୁ ଏବେ ବ‌ିଛେଦ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସାନିଆ ଓ ସୋଏବ୍‌ ୨୦୧୦ ଏପ୍ରିଲ୍‌ ୧୨ ତାରିଖରେ ହାଇଦ୍ରାବାଦ୍‌ସ୍ଥିତ ତାଜ୍‌ କ୍ରିଷ୍ଣା ହୋଟେଲ୍‌ରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍‌ ରୀତିରେ ବିବାହ କରିଥିଲେ। ୨୦୧୮ରେ ପୁତ୍ର ସନ୍ତାନ ଇଝାନ୍‌ଙ୍କୁ ଜନ୍ମ ଦେଇଥିଲେ। ତେବେ ନିକଟରେ ହୋଇଥିବା ଏକ ଗୁଜବ ଅନୁଯାୟୀ ସାନିଆ ଓ ସୋଏବ୍‌ ଖୁବ୍‌ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ଏବେ ଉଭୟ ଅଲଗା ହୋଇ ରହୁଥିଲା ବେଳେ ଇଝାନ୍‌ଙ୍କ ସହ ସମୟ କଟାଇବା ବେଳେ ସମୟ ସମୟରେ ଏକାଠି ହେଉଛନ୍ତି। ଏପରି ହେବାର ପ୍ରକୃତ କାରଣ ଯଦିଓ ଜଣାପଡ଼ିନାହିଁ, ତଥାପି ଏକ ପାକିସ୍ତାନୀ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ସାନିଆଙ୍କ ଉପରେ ସୋଏବ୍‌ ମିଛ କଥା କହି ଠିକିଥିବା ଅଭିଯୋଗ ମିଳିଥିଲା।

ଏହିଠାରୁ ହିଁ ସେମାନଙ୍କ ମଧ୍ୟରେ ଫାଟ ରହିଥିବା ଅନୁମାନ କରାଯାଉଛି। କିନ୍ତୁ ଏସଂପର୍କରେ ଉଭୟଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ନିକଟରେ ସାନିଆ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ କଠିନ ସମୟ ଓ ହୃଦୟ ଭାଙ୍ଗିବା ଭଳି ଶବ୍ଦକୁ ବ୍ୟବହାର କରୁଥିବାରୁ ଏହି ଗୁଜବକୁ ଚର୍ଚ୍ଚାର ଖୋରାକ ଯୋଗାଉଛି। କିଛି ଦିନ ତଳେ ଦୁବାଇରେ ଇଝାନ୍‌ର ଚତୁର୍ଥ ଜନ୍ମଦିନ ପାଳନ ଅବସରରେ ସାନିଆ ଓ ସୋଏବ୍‌ ଏକାଠି ହୋଇଥିଲେ। ସୋଏବ୍‌ ଏହି ଜନ୍ମଦିନ କାର୍ଯ୍ୟକ୍ରମର ଏକାଧିକ ଫଟୋ ପୋଷ୍ଟ କରିଥି‌ଲେ। କିନ୍ତୁ ସାନିଆ ଗୋଟିଏ ହେଲେ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିନଥିଲେ। ସେହିପରି କିଛି ଦିନ ଆଗରୁ ଏକ ଟେଲିଭିଜନ୍‌ ଚ୍ୟାନେଲ୍‌ର କାର୍ଯ୍ୟକ୍ରମ ‘ଆସ୍କ ଦ ପ୍ୟାଭିଲିଅନ୍‌’ ରେ ସୋଏବ୍‌ଙ୍କୁ ସାନିଆଙ୍କ ଟେନିସ୍‌ ଏକାଡେମୀ ଓ ସେଗୁଡ଼ିକର ସ୍ଥାନ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବରେ ତାଙ୍କ ପାଖରେ ଉକ୍ତ ସ୍ଥାନଗୁଡ଼ିକ ବାବଦରେ କୌଣସି ସ୍ପଷ୍ଟ ସୂଚନା ନଥିବା କହିଥିଲେ। ଏଥିସହ କୌଣସି ବି ଏକାଡେମୀକୁ ସେ କେବେବି ଯାଇନଥିବା ପ୍ରତିକ୍ରିୟା ଦେଇଥିଲେ। ସୋଏବ୍‌ଙ୍କ ଏହି ଜବାବ ଉପସ୍ଥିତ ଥିବା ୱାକର ୟୁନୁସ୍‌ଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ବେଳେ ତୁମେ କେଉଁ ପ୍ରକାରର ସ୍ବାମୀ ବୋଲି କହି ତାତ୍ସଲ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe