ଓଡ଼ିଶାକୁ ସୃଷ୍ଟି ଦେଲେ ପ୍ରଥମ ପଦକ: ଖୋ ଖୋ, ରଗ୍‌ବି ଓ ଫୁଟ୍‌ବଲ୍‌ ଦଳର ବିଜୟ ଅଭିଯାନ

Advertisment

ଉତ୍ତରାଖଣ୍ଡର ଡେରାଡୁନଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୩୮ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାକୁ ସନ୍ତରଣ ପୁଲ୍‌ରୁ ପ୍ରଥମ ପଦକ ମିଳିଛି। ମହିଳା ୧୦୦ ମିଟର ବଟର ଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ କାଂସ୍ୟ ପଦକ ଜିତି ରାଜ୍ୟବାସୀଙ୍କୁ ଏହି ପଦକ ଉପହାର ଦେଇଛନ୍ତି।

ଉତ୍ତରାଖଣ୍ଡର ଡେରାଡୁନଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୩୮ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାକୁ ସନ୍ତରଣ ପୁଲ୍‌ରୁ ପ୍ରଥମ ପଦକ ମିଳିଛି। ମହିଳା ୧୦୦ ମିଟର ବଟର ଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ କାଂସ୍ୟ ପଦକ ଜିତି ରାଜ୍ୟବାସୀଙ୍କୁ ଏହି ପଦକ ଉପହାର ଦେଇଛନ୍ତି।

hgh1545

ଭୁବନେଶ୍ବର: ଉତ୍ତରାଖଣ୍ଡର ଡେରାଡୁନଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୩୮ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାକୁ ସନ୍ତରଣ ପୁଲ୍‌ରୁ ପ୍ରଥମ ପଦକ ମିଳିଛି। ମହିଳା ୧୦୦ ମିଟର ବଟର ଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ କାଂସ୍ୟ ପଦକ ଜିତି ରାଜ୍ୟବାସୀଙ୍କୁ ଏହି ପଦକ ଉପହାର ଦେଇଛନ୍ତି। ଏହି ଇଭେଣ୍ଟ୍‌ରେ ପ୍ରତିନିଧିତ୍ବ କରିଥିବା ଅନ୍ୟତମ ଓଡ଼ିଆ ଖେଳାଳି ଦିବ୍ୟଙ୍କା ପ୍ରଧାନ ତ୍ରୟୋଦଶ ସ୍ଥାନରେ ରହିଥିଲେ। ସୃଷ୍ଟି ୧:୦୫.୮୨ ସେକେଣ୍ଡ୍ ସମୟ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ କର୍ଣ୍ଣାଟକର ଧିନିଧି ଦେସିଙ୍ଗୁ (୧:୦୫.୪୦) ସ୍ବର୍ଣ୍ଣ ଏବଂ ପଶ୍ଚିମବଙ୍ଗର ସ୍ନିଗ୍ଧା ଘୋଷ (୧:୦୫.୭୭) ରୌପ୍ୟ ପଦକ ପାଇଥିଲେ। 

୪ଗୁଣା ୧୦୦ ମିଟର ଫ୍ରିଷ୍ଟାଇଲ୍ ରିଲେରେ ମଧ୍ୟ ଓଡ଼ିଶା ଦଳ ଫାଇନାଲ୍‌କୁ ଉନ୍ନୀତ ହୋଇଛି। ଏଣୁ ଏଥିରୁ ଆଉ ଏକ ପଦକ ମିଳିବାର ଆଶା ଉଜ୍ଜୀବିତ ରହିଛି। ସେହିଭଳି ଓଡ଼ିଶା ପୁରୁଷ ଖୋ ଖୋ ଦଳ ପଡ଼ୋଶୀ ପଶ୍ଚିମବଙ୍ଗକୁ ଏବଂ ମହିଳା ଦଳ ଗୁଜରାଟକୁ ହରାଇ ଆତ୍ମବିଶ୍ବାସର ସହ ନିଜନିଜ ଅଭିଯାନ ଆରମ୍ଭ କରିଛନ୍ତି। ସେହିଭଳି ଫୁଟବଲ୍ ଦଳ ୨-୧ ଗୋଲ୍‌ରେ ହରିୟାଣାକୁ ପରାସ୍ତ କରିଛି। ରଗ୍‌ବିରେ ଉଭୟ ପୁରୁଷ ଓ ମହିଳା ଦଳ ଯୁଗଳ ବିଜୟ ସହ ପଦକ ବିଜୟ ଆଡ଼କୁ ଅଗ୍ରସର ହୋଇଛନ୍ତି। 

ଓଡ଼ିଶା ମହିଳା ଦଳ ତାର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଉତ୍ତରାଖଣ୍ଡକୁ ୫୭-୦  ଏବଂ ଦ୍ବିତୀୟରେ ଦିଲ୍ଲୀକୁ ୨୯-୫ରେ ହରାଇଥିଲା। ପୁରୁଷ ଦଳ ପ୍ରଥମରେ ବିହାରକୁ ୨୯-୦, ଦ୍ବିତୀୟରେ ଦିଲ୍ଲୀକୁ ୧୦-୫ରେ ପରାସ୍ତ କରିଥିଲା।  ସୂଚନାଯୋଗ୍ୟ ଯେ ଏହି କ୍ରୀଡ଼ା ମହୋତ୍ସବରେ ଓଡ଼ିଶାର ୩୦୨ଜଣ ଖେଳାଳି ୨୬ ଖେଳରେ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ କିଟ୍ ଓ କିସ୍‌ର ୬୧ଜଣ ଖେଳାଳି ରହିଛନ୍ତି। ଓଡ଼ିଶାର ଏହି ବିଶାଳ ଦଳରେ ୧୬୫ଜଣ ପୁରୁଷ ଓ  ୧୩୭ଜଣ ମହିଳା ଖେଳାଳି ଥିଲା ବେଳେ ୭୩ଜଣ ହେଉଛନ୍ତି ପ୍ରଶିକ୍ଷକ, ପ୍ରବନ୍ଧକ ଓ ଫିଜିଓଙ୍କ ଭଳି ସପୋର୍ଟ ଷ୍ଟାଫ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe