ସୃଷ୍ଟି ରାଜ୍ୟ ଚେସ୍‌ ମହୋତ୍ସବ: ମନୀଷ,ଆରୁଷୀ, ଶିବମ, ଅଦିତି ଶୀର୍ଷରେ

Advertisment
ସୃଷ୍ଟି ରାଜ୍ୟ ଚେସ୍‌ ମହୋତ୍ସବ: ମନୀଷ,ଆରୁଷୀ, ଶିବମ, ଅଦିତି ଶୀର୍ଷରେ

ଭୁବନେଶ୍ବର: ପଞ୍ଚମ ସୃଷ୍ଟି ଚେସ୍‌ ମହୋତ୍ସବର ନିର୍ଣ୍ଣାୟକ ଦ୍ବିତୀୟ ଦିବସରେ ମନୀଷ କୁମାର, ଆରୁଷୀ ଶ୍ରୀଚନ୍ଦନ, ଶିବମ ସାବତ ଓ ଆଦିତି ମହାରଣା ନିଜ ନିଜ ବର୍ଗରେ ଶୀର୍ଷରେ ରହି ଟାଇଟଲ୍ ଜିତିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ୧୭ ବର୍ଷରୁ କମ୍‌ ରାଜ୍ୟ ଓପନ୍‌ରେ ମନୀଷ କୁମାର (୨୦୦୬) ପୂରା ୫ ପଏଣ୍ଟ୍ ସହ ଏକାକୀ ଶୀର୍ଷରେ ରହିଛନ୍ତି। ହର୍ଷିତ ରଂଜନ ସାହୁ, ଜଗଦୀଶ ବାରିକ ପ୍ରତ୍ୟେକ ୪.୫ ପଏଣ୍ଟ ସହ ମିଳିତ ଦ୍ବିତୀୟରେ ଟକ୍କର ଦେଉଛନ୍ତି। ଏହାର ବାଳିକା ବର୍ଗରେ ଆରୁଷୀ ଶ୍ରୀଚନ୍ଦନ ଓ ଅନନ୍ୟା ଅନାମିକା ସମାନ ୩.୫ ପଏଣ୍ଟ ପାଇ ମିଳିତ ଶୀର୍ଷରେ ରହିଛନ୍ତି। ୭ ବର୍ଷରୁ କମ୍‌ ଓପନ୍‌ରେ ଶିବମ ସାବତ (୪ ପଏଣ୍ଟ) ସ୍ପଷ୍ଟ ଭାବେ ପ୍ରଥମ ସ୍ଥାନରେ ଥିବାବେଳେ ପରବ୍ରହ୍ମ ରାଉତ, ଜିତେଶ ସାମଲ, ‌ଶ୍ରେୟାଂଶ ଦାସ ପ୍ରତ୍ୟେକ ସମାନ ୩ ପଏଣ୍ଟ ପାଇ ମିଳିତ ଦ୍ବିତୀୟରେ ରହିଛନ୍ତି। ବାଳିକାରେ ଅଦିତି ମହାରଣା (୪) ଓ ଅର୍ଣ୍ଣିକା ଦାଶ (୩) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଶୁକ୍ରବାର ଏହି ପ୍ରତ‌ିଯୋଗିତା ଶେଷ ହେବ। ବୁଧବାର ଏହି ପ୍ରତ‌ିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ସାଇ ଇଣ୍ଟର୍‌ନ୍ୟାସନାଲ୍ ସ୍କୁଲ୍‌ର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ଏଓସିଏ ସଭାପତି ଗୋବିନ୍ଦଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ଭବେଶ ମହାନ୍ତି ଏବଂ ସୃଷ୍ଟି ଏକାଡେମିର ଅନ୍ୟତମ ନିର୍ଦେଶକ ଗଙ୍ଗାଧର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe