କ୍ରିକେଟ୍‌ ଅଷ୍ଟ୍ରେଲିଆ ଓ ୱିଜ୍‌ଡେନ୍‌ର ଦଶନ୍ଧି ଶ୍ରେଷ୍ଠ ଦଳ, ଧୋନି ଦିନିକିଆ ଓ କୋହଲି ଟେଷ୍ଟ୍‌ ଅଧିନାୟକ

Advertisment
କ୍ରିକେଟ୍‌ ଅଷ୍ଟ୍ରେଲିଆ ଓ ୱିଜ୍‌ଡେନ୍‌ର ଦଶନ୍ଧି ଶ୍ରେଷ୍ଠ ଦଳ, ଧୋନି ଦିନିକିଆ ଓ କୋହଲି ଟେଷ୍ଟ୍‌ ଅଧିନାୟକ

Deccan Herald

ମେଲବର୍ନ/ଲଣ୍ଡନ: କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ୍ ଦଳ ଘୋଷଣା କରିଛି। ‘ସିଏ’ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଵିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦିନିକିଆ ଦଳର ଅଧିନାୟକ ମନୋନୀତ କରି ବିରଳ ସମ୍ମାନ ପ୍ରଦାନ କରିଛି। ସେହିଭଳି ରନ୍ ମେସିନ୍ ବିରାଟ କୋହଲିଙ୍କୁ ଟେଷ୍ଟ୍ ଦଳର ଅଧିନାୟକ ଘୋଷଣା କରିଛି। ଏକମାତ୍ର ଭାରତୀୟ ଭାବେ ଅଧିନାୟକ କୋହଲି ଉଭୟ ‘ସିଏ’ ଓ ଵିଜ୍‌ଡେନ୍‌ର ଉଭୟ ଟେଷ୍ଟ୍ ଓ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ‘ସିଏ’ର ଦିନିକିଆରେ ଭାରତର ହିଟ୍‌ମ୍ୟାନ୍ ରୋହିତ ଶର୍ମା ମଧ୍ୟ ସ୍ଥାନ ପାଇଥିବା ବେଳେ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ବିନ ଵିଜ୍‌ଡେନ୍‌ ଟେଷ୍ଟ୍ ଦଳରେ ସ୍ଥାନ ପାଇଛନ୍ତି। ‘ସିଏ’ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାଵନ ଓ ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍‌ରାଙ୍କୁ ଦିନିକିଆ ପାଇଁ ଚୟନ କରିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ଦେଇନାହିଁ। ଅନ୍ୟପକ୍ଷରେ ଵିଜ୍‌ଡେନ୍‌ ନିଜ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ୍ ଦଳରେ ମଧ୍ୟ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି।

‘ସିଏ’ ଦଶନ୍ଧିର ଦିନିକିଆ ଦଳ: ରୋହିତ ଶର୍ମା, ହାସିମ ଅମ୍‌ଲା, ବିରାଟ କୋହଲି, ଏବି ଡିଭିଲିୟର୍ସ, ସକିବ୍ ଅଲ୍ ହାସନ, ଜୋସ ବଟଲର, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ/ୱିକେଟ୍‌ରକ୍ଷକ), ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ. ଲସିତ ମାଲିଙ୍ଗା, ରସିଦ ଖାନ୍।

‘ସିଏ’ ଦଶନ୍ଧିର ଟେଷ୍ଟ୍‌ ଦଳ: ଆଲିଷ୍ଟର କୁକ୍, ଡେଭିଡ୍ ଵାର୍ନର, କେନ୍ ଵିଲିୟମସନ, ଷ୍ଟିଭ ସ୍ମିଥ୍‌, ବିରାଟ କୋହଲି (ଅଧିନାୟକ), ଏବି ଡିଭିଲିୟର୍ସ (ୱିକେଟ୍‌ରକ୍ଷକ), ବେନ୍‌ ଷ୍ଟୋକ୍ସ, ଡେଲ୍ ଷ୍ଟେନ, ଷ୍ଟୁଆର୍ଟ ବ୍ରଡ, ନାଥନ ଲାୟନ, ଜେମ୍ସ ଆଣ୍ଡରସନ।

ଵିଜ୍‌ଡେନ୍‌ ଦଶନ୍ଧିର ଦିନିକିଆ ଦଳ: ରୋହିତ ଶର୍ମା, ବିରାଟ କୋହଲି, ଡେଭିଡ୍ ଵାର୍ନର, ଏବି ଡିଭିଲିୟର୍ସ, ଜୋସ ବଟଲର, ସକିବ୍ ଅଲ୍ ହାସନ, ମହେନ୍ଦ୍ର ସିଂହ ଧୋନି, ଲସିତ ମାଲିଙ୍ଗା, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଡେଲ୍ ଷ୍ଟେନ।

ଵିଜ୍‌ଡେନ୍‌ ଦଶନ୍ଧିର ଟେଷ୍ଟ୍‌ ଦଳ: ଆଲିଷ୍ଟର କୁକ୍, ଡେଭିଡ୍ ଵାର୍ନର, କୁମାର ସାଙ୍ଗାକାରା, ଷ୍ଟିଭ ସ୍ମିଥ, ବିରାଟ କୋହଲି (ଅଧିନାୟକ), ବେନ ଷ୍ଟୋକ୍ସ, ଏବି ଡିଭିଲିୟର୍ସ, ରବିଚନ୍ଦ୍ରନ୍‌ ଅଶ୍ବିନ, ଡେଲ୍ ଷ୍ଟେନ, କାଗିସୋ ରବାଦା, ଜେମ୍ସ ଆଣ୍ଡରସନ।

ସଚିନ ନାହାନ୍ତି
ମଙ୍ଗଳବାର ଘୋଷିତ କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ୱିଜ୍‌ଡେନ୍‌ର ଦଶନ୍ଧି ଶ୍ରେଷ୍ଠ ଦଳରେ କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ନାମ ସ୍ଥାନ ପାଇନାହିଁ। ବିଦାୟୀ ଦଶନ୍ଧିର ପ୍ରାରମ୍ଭରେ ସଚିନ ଅନ୍ତର୍ଜାତୀୟ କ୍ରିକେଟ୍‌ ଛାଡ଼ିଥିବାରୁ ସମ୍ଭବତଃ ତାଙ୍କୁ ସ୍ଥାନ ମିଳିନାହିଁ। ସର୍ବାଧିକ ୨୦୦ ଟେଷ୍ଟ୍ ‌ଖେଳିଥିବା ସଚିନ ୨୦୧୩ରେ ଶେଷ ମ୍ୟାଚ୍‌ ଏବଂ ନିଜ ୪୬୩ ଦିନିକିଆ ଜୀବନର ଶେଷ ମ୍ୟାଚ୍‌ ୨୦୧୨ ମାର୍ଚରେ‌ ଖେଳିଥିଲେ। ଦୀର୍ଘ ୨୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରାଜ କରିଥିଲେ ଏହି କିଂବଦନ୍ତି ବ୍ୟାଟସମ୍ୟାନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe