ବାରାଣାସୀ: ବାରଣାସୀର ସଂପୂର୍ଣ୍ଣାନନ୍ଦ ବିଶ୍ବବିଦ୍ୟାଳୟରେ ମଙ୍ଗଳବାର ଏକ ନିଆରା କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ମିଳିଥିଲା। ମ୍ୟାଚ୍ର ସମସ୍ତ ଖେଳାଳି ଧୋତି-କୁର୍ତା ପିନ୍ଧି ବ୍ୟାଟିଂ ଓ ବୋଲିଂ କରିଥିଲେ। ସେହିଭଳି ସଂସ୍କୃତରେ ଧାରା ବିବରଣୀ ପ୍ରଦାନ କରାଯାଇଥିଲା। ଯାହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା। ବିଶ୍ବବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ଏଭଳି ଏକ ସ୍ମରଣୀୟ ମ୍ୟାଚ୍ର ଆୟୋଜନ କରାଯାଇଥିଲା। ମ୍ୟାଚ୍ର ଉଦଘାଟନ ପୂର୍ବତନ ଭାରତୀୟ ମହିଳା କ୍ରିକେଟ୍ ଖେଳାଳି ନୀଲୁ ମିଶ୍ରା କରିଥିଲେ। ଧୋତି ଓ କୁର୍ତା ପିନ୍ଧି ମଧ୍ୟ ଖେଳାଳିମାନେ ଛକା ଚୌକା ବର୍ଷା କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ପାଞ୍ଚଟି ଦଳ ଅଂଶ ଗ୍ରହଣ କରିଥିଲେ। ରଣଜୀ ଖେଳାଳି ଧୀରଜ ମିଶ୍ରା ଓ ସଂଜୀବ ମିଶ୍ରା ଅମ୍ପାୟାରିଂ କରିଥିଲେ। ବ୍ୟାଟ୍ସମ୍ୟାନଙ୍କର ଏହି ଧୋତି-କୁର୍ତା ଅବତାରକୁ ଦେଖିବାକୁ ବିଶ୍ବବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରବଳ ଭିଡ଼ ଜମିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us