ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ; ବାରବାଟୀ ଷ୍ଟାଡିୟମ୍‌ ଭିତରକୁ ଦର୍ଶକଙ୍କ ପ୍ରବେଶ ଆରମ୍ଭ

Advertisment
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ; ବାରବାଟୀ ଷ୍ଟାଡିୟମ୍‌ ଭିତରକୁ ଦର୍ଶକଙ୍କ ପ୍ରବେଶ ଆରମ୍ଭ

କଟକ: ଭାରତ-ଦକ୍ଷିଣ ଆଫିକା ଟି-୨୦ ମ୍ୟାଚ୍‌ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ୍‌ ଭିତରକୁ ପ‌୍ରବେଶ ଆରମ୍ଭ ହୋଇଯାଇଛି। ଅପରାହ୍ନ ୩ଟା ହେବା ମାତ୍ରେ ବାରବାଟୀ ‌ଷ୍ଟାଡିୟମ୍‌ର ୧୪ଟି ଗେଟ୍‌ରେ ଦର୍ଶକଙ୍କୁ ପ୍ରବେଶ ଦିଆଯାଇଛି। ଦର୍ଶକମାନଙ୍କୁ କଡ଼ା ସୁରକ୍ଷା ଭିତରେ ପ୍ରବେଶ ଦିଆଯାଉଛି। ବାହାର ଜିନିଷ‌ ଯେପରି କି ପାଣି ବୋତଲ, ଖାଦ୍ୟ-ପଦାର୍ଥ, ହେଲମେଟ, ମୁଦ୍ରା (କଏନ୍‌) ଆଦିକୁ ବାରଣ କରାଯାଇଛି। ସମସ୍ତ ଦର୍ଶକ ମାସ୍କ ପିନ୍ଧି ଷ୍ଟାଡିୟମ ଭିତରକୁ ପ୍ରବେଶ କରିଛନ୍ତି। ବାରବାଟୀ ଭିତରକୁ ଦର୍ଶକମାନଙ୍କୁ ପ୍ରବେଶ କରାଯିବା ପରେ ଦର୍ଶକମାନେ ଉତ୍ସାହିତ ଦେଖାଯାଉଛନ୍ତି। ଯେଉଁ ଦର୍ଶକମାନେ ପ୍ରଥମ ଥର ଆଖି ଆଗରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବେ ସେମାନଙ୍କର ଉତ୍ସାହ ସୀମା କହିଲେ ନ ସରେ।

ବାରବାଟୀ ମ୍ୟାଚ ପାଇଁ ଆଜିର ପାଣିପାଗ ସମର୍ଥନ ଯୋଗାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଖରା ଓ ଗରମ ଅନୁଭୂତ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ଖରାର ପ୍ରଭାବ ଆଦୌ ନାହିଁ କହିଲେ ଚ‌ଳିବ। କମ ଖରା ଯୋଗୁଁ ଦର୍ଶକ ଖୁସିରେ କ୍ରିକେଟର ମଜା ନେବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରୁ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଋଷଭ ପନ୍ତଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ ଜିତିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବ। ଗତ ୯ ତାରିଖ ଦିନ ଦିଲ୍ଲୀରେ ଖେଳାଯାଇଥିବା ଶଙ୍ଖଳାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ରେ ମ୍ୟାଚ ଜିତିଥିଲା। ତେଣୁ ଭାରତ ଆଜିର ମ୍ୟାଚ ଜିତି ବରାବର ସ୍ଥିତିରେ ରହିବାକୁ ଚାହିଁବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe