ବିଜୟ ପରେ ଗ୍ୟାଲେରିରେ ଝିଅକୁ ଦେଖି ନିଜର ଖୁସି ବ୍ୟକ୍ତ କଲେ ବିରାଟ

ବିଜୟ ପରେ ଗ୍ୟାଲେରିରେ ଝିଅକୁ ଦେଖି ନିଜର ଖୁସି ବ୍ୟକ୍ତ କଲେ ବିରାଟ

ନୂଆଦିଲ୍ଳୀ: ଟେଷ୍ଟ ସିରିଜ୍‌ ଆରମ୍ଭରୁ ଭାରତ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିଛି । ବର୍ଷ ଶେଷ ଆଡକୁ ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି ଭାରତ। ଦକ୍ଷିଣ ଆଫ୍ରିକାର ପଡ଼ିଆରେ ଭାରତର ଏହା ପ୍ରଥମ ବିଜୟ। ଏହି ବିଜୟ ପରେ ଖେଳାଳି ପଡ଼ିଆରେ ଖୁସି ଜାହିର କରିଥିଲେ। ଟିମର ଅଧିନାୟକ ବିରାଟ କୋହଲି ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। କୋହଲିଙ୍କ ପରିବାର ଏହି ଯାତ୍ରାରେ ତାଙ୍କ ସହିତ ଅଛନ୍ତି। ତାଙ୍କ ଝିଅ ଭାମିକା ବି ଏହି ବିଜୟ ଅବସରରେ ମହଜୁଦ ଥିଲେ।

ମ୍ୟାଚ୍‌ ବେଳେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ କୋହଲିଙ୍କ ଝିଅ ଭାମିକାଙ୍କୁ ଦେଖିବାକୁ ମିଳିଥିଲା। ବିରାଟ କୋହଲି ଜିତିବା ପରେ ପଡ଼ିଆରୁ ଫେରୁଥିବାବେଳେ ସେ ତାଙ୍କ ଝିଅ ଭାମିକା ଏବଂ ସ୍ତ୍ରୀ ଅନୁଷ୍କାଙ୍କ ଆଡକୁ ହାତ ହଲାଇ ଉତ୍ସାହ ସହିତ ଡାକିଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe