ବିଶ୍ୱ କପ୍‌ ପାଇଁ ଟିମ୍‌ରେ ସ୍ଥାନ ନ ମିଳିବାରୁ ଏମିତି କ୍ଷୋଭ ପ୍ରକାଶ କଲେ ପାକିସ୍ତାନୀ ଖେଳାଳି

Advertisment
ବିଶ୍ୱ କପ୍‌ ପାଇଁ ଟିମ୍‌ରେ ସ୍ଥାନ ନ ମିଳିବାରୁ ଏମିତି କ୍ଷୋଭ ପ୍ରକାଶ କଲେ ପାକିସ୍ତାନୀ ଖେଳାଳି

www.jagran.com

ଇସ୍‌ଲାମବାଦ୍‌: ପାକିସ୍ତାନ କ୍ରିକେଟ୍‌ ବୋର୍ଡ(ପିସିବି) ୨୦୧୯ ବିଶ୍ୱ କପ୍‌ ପାଇଁ ଫାଇନାଲ୍‌ ଟିମ୍‌ ଘୋଷଣା କରିସାରିଛି। ଟିମ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥର ବିଶ୍ୱ କପ୍‌ରେ ଜୁନେଦ୍‌ ଖାନ୍‌ ଖେଳିବାର ସୁଯୋଗ ପାଉନାହାନ୍ତି। ଜୁନେଦ ନିଜ ନାଁ ତାଲିକା ଭିତରେ ନ ପାଇବାରୁ ଏକ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଜୁନେଦ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ନିଜର ଏକ ଫଟୋ ଦେଇ ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ସେ ତାଙ୍କ ପାଟିରେ ଏକ ସେଲୋଟେପ୍‌ ଲଗାଇ ବସିଛନ୍ତି। ଏପରି ଫଟୋ ଦେବା ସହ ଜୁନେଦ ଲେଖିଛନ୍ତି, ‘ ମୁଁ କିଛି କହିବାକୁ ଚାହୁଁନି। ସତ ପିତା ହୋଇଥାଏ।’। ଜାଣିରଖନ୍ତୁ ଯେ ମାତ୍ର କିଛି ସମୟ ପରେ ଜୁନେଦ ଖାନ ନିଜ ଆକାଉଣ୍ଟ୍‌ରେ ଦେଉଥିବା ଉକ୍ତ ଟ୍ଵିଟ୍‌ଟିକୁ ହଟାଇ ଦେଇଛନ୍ତି।

publive-image www.jagran.com

ଉଲ୍ଲେଖଯୋଗ୍ୟ, ଏଥର ବିଶ୍ୱ କପ୍‌ରେ ପାକିସ୍ତାନ ପକ୍ଷରୁ ଖେଳୁଛନ୍ତି ଫଖର ଜମାଁ, ଇମାମ ଉଲ ହକ, ବାବର ଆଜମ, ହାରିସ ସୋହେଲ, ଆସିଫ ଅଲ୍ଲୀ, ସୋଏବ ଅଲ୍ଳୀ, ମହମ୍ମଦ ହଫିଜ, ସରଫରାଜ ଅହମ୍ମଦ(ଅଧିନାୟକ), ଇମାଦ ବସିମ, ସାଦାବ ଖାନ, ବହାବ ରିୟାଜ, ମହମ୍ମଦ ଆମିର, ଇସନ ଅଲ୍ଳୀ, ସାହିନ ଆଫ୍ରିଦ ଏବଂ ମହମ୍ମଦ ଇସନେନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe