ନୂଆଦିଲ୍ଲୀ: କ୍ରିକେଟର ଅଭିଷେକ ଶର୍ମାଙ୍କୁ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଖେଳିବା ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ଏଭଳି ଖୁସି ସମୟରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅପମାନର ସାମ୍ନା କରିବାକୁ ପଡ଼ିଥିବାର ସେ ଅଭିଯୋଗ କରିଛନ୍ତି।

Advertisment

ଅଭିଷେକ ଭାରତୀୟ ଟିମରେ ଯୋଗ ଦେବା ପୂର୍ବରୁ ଗୋଟିଏ ଦିନର ଛୁଟି ନେଇ କୌଣସି ଏକ ସ୍ଥାନକୁ ଯାଉଥିଲେ। ଏହି ଯାତ୍ରା ସମୟରେ ତାଙ୍କର ଅନୁଭବ ଭଲ ନଥିବା ନେଇ ଅଭିଷେକ ପ୍ରତିକ୍ରିୟା ଦେଇ କହିଛନ୍ତି।

ଅଧିକପଢ଼ନ୍ତୁ:ସ୍ତ୍ରୀଙ୍କ ସହିତ ଝଗଡ଼ା କରି ସ୍ବାମୀ ନିଜ ଶରୀରରେ ନିଆଁ ଲଗାଇଲେ

ଅଭିଷେକ ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋର ଏୟାରଲାଇନ୍ସଙ୍କ କାରଣରୁ ବିମାନ ଯାତ୍ରା କରି ପାରି ନଥିବା ଅଭିଯୋଗ କରିଛନ୍ତି।। ଅଭିଷେକ ତାଙ୍କର ଏହି ଯାତ୍ରା ବିଷୟରେ ଆଲୋଚନା କରି କହିଛନ୍ତି, ‘ମୋ ସହିତ ଇଣ୍ଡିଗୋର ଷ୍ଟାଫ (କାଉଣ୍ଟର ମ୍ୟାନେଜର ସୁଷ୍ମିତା ମିତ୍ତଲ) ଖୁବ ଖରାପ ବ୍ୟବହାର କରିଥିଲେ। 

ମୁଁ ବିମାନ ଯାତ୍ରା ପାଇଁ ଠିକ କାଉଣ୍ଟରରେ ଠିକ ସମୟରେ ପହଞ୍ଚିଥିଲି। କିନ୍ତୁ ସେ କିଛି କାରଣ ନଥାଇ ମୋତେ ଅନ୍ୟ ଏକ କାଉଣ୍ଟରକୁ ପଠାଇ ଦେଇଥିଲେ।ମୁଁ ସେଠାକୁ ଯିବା ପରେ ମୋତେ କୁହାଗଲା ଚେକଇନ ସମୟ ଶେଷ ହୋଇଯାଇଛି। ଏହା କିପରି ହୋଇପାରିବ? ମୁଁ ତ ଠିକ ସମୟରେ କାଉଣ୍ଟରରେ ପହଞ୍ଚିଥିଲି ବୋଲି ପ୍ରଶ୍ନ କରିବାରୁ କାଉଣ୍ଟର ମ୍ୟାନେଜର ସୁଷ୍ମିତା ମିତ୍ତଲ ମୋତେ ଖରାପ ବ୍ୟବହାର ଦେଖାଇଥିଲେ। ତାଙ୍କର ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ।

ଏହାରି ଭିତରେ ମୋ ବିମାନ ମିସ ହୋଇଯାଇଥିଲା। ଏହାପରେ  ମୁଁ କ’ଣ କରିବି କିଛି ବୁଝି ପାରି ନଥିଲି। କାରଣ ମୋ ପାଖରେ ଗୋଟିଏ ଦିନର ଛୁଟିଥିଲା। ଯାହାକି କୌଣସି କାମରେ ଲାଗି ପାରିଲା ନାହିଁ।  ଏୟାରଲାଇନ୍ସରେ ଏମିତି ବି କର୍ମଚାରୀ ଥାଆନ୍ତି ମୁଁ ବିଶ୍ବାସ କରି ପାରୁ ନାହିଁ। ଯେଉଁମାନେ କି ଯାତ୍ରୀଙ୍କ ସହିତ କେମିତି ବ୍ୟବହାର କରାଯିବ ଏହି ସମାନ୍ୟ କ୍‌ଥା ଶିଖି ନାହାନ୍ତି।’

ଅଧିକପଢ଼ନ୍ତୁ:ମହିଳାମାନଙ୍କୁ ହିନ୍ଦୀ ଶୋଭା ପାଏ, ପୁରୁଷମାନଙ୍କୁ ନୁହେଁ: ଯୁବରାଜଙ୍କ ବାପା

୨୪ବର୍ଷର ଅଭିଷେକ ଭାରତ ପାଇଁ ୧୨ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୨୩.୭ ଆଭରେଜରେ ୨୫୬ରନ  ସଂଗ୍ରହ କରି ପାରିଛନ୍ତି।