Advertisment

ଆମେ ଜଣାଇବାକୁ ଚାହୁଁ ନଥିବା କଥାକୁ ଭାଇ ଭାବବିହ୍ବୋଳ ହୋଇ କହି ଦେଇଛି: ଆକାଶଦୀପଙ୍କ ଭଉଣୀ

Advertisment
de66ca88-a822-4a43-b3dd-3650c138d43f

ନୂଆଦିଲ୍ଲୀ: ଏଜବାଷ୍ଟନ୍ ଟେଷ୍ଟ ମ୍ୟାଚରେ  କ୍ରିକେଟ୍ ପଡ଼ିଆରେ ଚମତ୍କାର ବୋଲିଂ କରି କ୍ରିକେଟର ଆକାଶଦୀପ ବେଶ ଲୋକପ୍ରିୟତା ସାଉଁଟିଛନ୍ତି।

ଆକାଶଦୀପ ଭାରତୀୟ ଟିମର ଏହି ବିଜୟକୁ ତାଙ୍କ ବଡ଼ ଭଉଣୀ ଅଖଣ୍ଡ ଜ୍ୟୋତି ସିଂହଙ୍କୁ ସମର୍ପିତ କରିଛନ୍ତି। ଆକାଶଦୀପ ତାଙ୍କ ବଡ଼ ଭଉଣୀଙ୍କ ବିଷୟରେ ଆଲୋଚନା କରି କହିଛନ୍ତି, ‘ମୋ ଭଉଣୀ ତୃତୀୟ ପର୍ଯ୍ୟାୟ କର୍କଟ ରୋଗରେ ପୀଡ଼ିତ ଅଛନ୍ତି।’

ଅଖଣ୍ଡ ଜ୍ୟୋତି ସିଂହ ଭାଇ ଆକାଶଦୀପଙ୍କ ସଫଳତାକୁ ନେଇ କହିଛନ୍ତି, ‘ଆକାଶଦୀପ ପରିବାରର ସବୁ ଦୁଃଖକଷ୍ଟ ବୁଝିଥାଏ। ମୁଁ ତ କହିବି ଏମିତି ଭାଇ ସମସ୍ତଙ୍କୁ ମିଳୁ। ମୁଁ ଭାଇକୁ ବାସ ଏତିକି କହିଥିଲି ଯାହା କରିବୁ ଭଲ କରିବୁ। ଯାହା କରିବୁ ଦେଶ ପାଇଁ କରିବୁ। ମୋର କି ପରିବାରର ଚିନ୍ତା କରିବୁ ନାହିଁ। ଆଜି ଭାଇ ଯେଉଁ ସ୍ଥାନରେ ବି ପହଞ୍ଚି ସେଥିପାଇଁ ସେ ବହୁତ କଷ୍ଟ କରିଛି। 

ଗର୍ବର ସହ କହିବି ଭାରତ ପାଇଁ ଗୋଟିଏ ମ୍ୟାଚରେ ଭାଇ ମୋର ୧୦ଟି ଉଇକେଟ ନେଇଛି। ମ୍ୟାଚ ଶେଷ ହେବା ପରେ ଭାଇ ଭିଡିଓ କଲ କରି କହିଥିଲା କି ସେ ମୋତେ ଦେଇଥିବା କଥା ରଖିଛି। ମୁଁ କର୍କଟ ପୀଡ଼ିତା ଏ ବିଷୟରେ ଆମେ କାହାକୁ ଜଣାଇବାକୁ ଚାହୁଁ ନଥିଲୁ। କିନ୍ତୁ ଭାଇ ଭାବବିହ୍ବୋଳ ହୋଇ ସବୁକିଛି ଜଣାଇ ଦେଇଛି। ଖୁସି ଲାଗୁଛି ସେ ଏତେ ବ୍ୟସ୍ତ ଥାଇବି ପରିବାର ବିଷୟରେ  ଚିନ୍ତା କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe