ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କ୍ରିକେଟର କହିଲେ, ‘ଏହା କେମିତିକା ଲଢ଼େଇ ଆଜ୍ଞା’

Advertisment

ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀମାନେ କରିଥିବା ଆକ୍ରମଣ ଘଟଣାକୁ ନେଇ କ୍ରିକେଟର ମହମ୍ମଦ ସିରାଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଧର୍ମ ନାମରେ ନିର୍ଦ୍ଦୋଷଲୋକମାନଙ୍କୁ ଟାର୍ଗେଟ କରାଯାଇଥିଲା।  ଏହା କେମିତିକା ଲଢ଼େଇ ଆଜ୍ଞା।

ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀମାନେ କରିଥିବା ଆକ୍ରମଣ ଘଟଣାକୁ ନେଇ କ୍ରିକେଟର ମହମ୍ମଦ ସିରାଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଧର୍ମ ନାମରେ ନିର୍ଦ୍ଦୋଷଲୋକମାନଙ୍କୁ ଟାର୍ଗେଟ କରାଯାଇଥିଲା।  ଏହା କେମିତିକା ଲଢ଼େଇ ଆଜ୍ଞା।

md siraj

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମର ବୈସରନ ଉପତ୍ୟକାରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀମାନେ ଯେଭଳି ଆକ୍ରମଣ କରିଥିଲେ ତାହାକୁ ନେଇ ଦେଶବାସୀ କ୍ରୋଧିତ। କ୍ରିକେଟଜଗତର ଖେଳାଳି ବି ଏହି ଆକ୍ରମଣକୁ ନେଇ ଆକ୍ରୋଶ ବ୍ୟକ୍ତ କରିଛନ୍ତି।

ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀମାନେ କରିଥିବା ଆକ୍ରମଣ ଘଟଣାକୁ ନେଇ କ୍ରିକେଟର ମହମ୍ମଦ ସିରାଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ପହଲଗାମରେ ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣ ଘଟଣା ବିଷୟରେ ଜାଣିବାକୁ ପାଇଛି। ଧର୍ମ ନାମରେ ନିର୍ଦ୍ଦୋଷଲୋକମାନଙ୍କୁ ଟାର୍ଗେଟ କରାଯାଇଥିଲା।  ଏହା କେମିତିକା ଲଢ଼େଇ ଆଜ୍ଞା।

ଯେଉଁଠାରେ ମଣିଷର ଜୀବନର କୌଣସି ମୂଲ୍ୟ ନାହିଁ। ମୁଁ ସେହିପରିବାର ଲୋକଙ୍କ କଷ୍ଟ, ଯନ୍ତ୍ରଣା ଓ ଦୁଃଖକୁ କଳ୍ପନା ବି କରି ପାରୁ ନାହିଁ ଯେଉଁମାନେ ଏହି ଭୟାବହ ପରିସ୍ଥିତିର ସାମ୍ନା କରିଥିଲେ। ‌ମୋର ଇଶ୍ବରଙ୍କ ନିକଟରେ ଏତିକି ପ୍ରାର୍ଥନା କି ମୃତକଙ୍କ ପରିବାରକୁ ଏହି ଦୁଃଖ ସହିବାକୁ ଧୌର୍ଯ୍ୟ ଦିଅନ୍ତୁ। ଆଶା କରୁଛି ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ। କ‌ଠୋରରୁ କଠୋର ଦଣ୍ଡ ମିଳିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe