ନୂଆଦିଲ୍ଲୀ: ଡାକ୍ତରଖାନାରୁ ଡିସ୍ଚାର୍ଜ ହେଲେ ଭାରତୀୟ କ୍ରିକେଟର ଶ୍ରେୟସ ଆୟର। କିଛି ଦିନର ଚିକିତ୍ସା ପରେ ଏବେ ଶ୍ରେୟସ ସୁସ୍ଥ ହୋଇ ଫେରିଛନ୍ତି। ତେବେ ଡିସଚାର୍ଜ ହେବା ପରେ ସେ ତୁରନ୍ତ ଭାରତ ଫେରିବେ ନାହିଁ ବୋଲି ଜଣାଯାଇଛି। ଏବେ ସେ କିଛି ଦିନ ସିଡ୍ନୀରେ ରହିବେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ କ୍ୟାଚ୍ ନେବା ସମୟରେ ଆହତ ହୋଇଥିଲେ ଶ୍ରେୟସ। ଏହା ପରେ ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପଞ୍ଜରା ହାଡ଼ରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହେତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଏବେ ସେ ଡିସଚାର୍ଜ ହୋଇଥିବା ନେଇ ବିସିସିଆଇ ଶନିବାର ମେଡିକାଲ୍ ଅପଡେଟ୍ ଜାରି କରିଛି।
ବିସିସିଆଇ ଜାରି କଲା ବିବୃତି
ବିସିସିଆଇ ଏକ ବିବୃତ୍ତିରେ କହିଛି, "୨୫ ଅକ୍ଟୋବର, ୨୦୨୫ରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ ଫିଲ୍ଡିଂ କରୁଥିବା ସମୟରେ ଶ୍ରେୟସ ଆୟରଙ୍କ ପେଟରେ ଗମ୍ଭୀର ଆଘାତ ଲାଗିଥିଲା, ଯାହା ଫଳରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। ଆଘାତ ତୁରନ୍ତ ଚିହ୍ନଟ କରାଯିବା ସହ ଏକ ଛୋଟ ଅସ୍ତ୍ରୋପଚାର ପରେ ତୁରନ୍ତ ଆଭ୍ୟନ୍ତରୀଣ ରକ୍ତସ୍ରାବ ବନ୍ଦ କରାଯାଇଥିଲା। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି ଏବଂ ସେ ଭଲ ହେଉଛନ୍ତି। ସିଡନୀ ଏବଂ ଭାରତର ବିଶେଷଜ୍ଞଙ୍କ ସହିତ ବିସିସିଆଇ ଡାକ୍ତରୀ ଦଳ ତାଙ୍କ ସୁସ୍ଥତାରେ ଖୁସି ଏବଂ ତାଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଶ୍ରେୟସ ଅଧିକ ପରୀକ୍ଷା ପାଇଁ ଏବେ ସିଡନୀରେ ରହିବେ। ଡାକ୍ତରମାନେ ତାଙ୍କୁ ବିମାନ ଯାତ୍ରା ପାଇଁ ଫିଟ୍ ଘୋଷଣା କରିବା ପରେ ହିଁ ସେ ଭାରତ ଫେରିବେ।"
🚨 Medical update on Shreyas Iyer
— BCCI (@BCCI) November 1, 2025
The BCCI Medical Team, along with specialists in Sydney and India, are pleased with his recovery, and he has been discharged from the hospital today.
Details 🔽 | #TeamIndiahttps://t.co/g3Gg1C4IRw
ମୋ ପାଇଁ ଏତେ ଚିନ୍ତା କରିଥିବାରୁ ଧନ୍ୟବାଦ: ଶ୍ରେୟସ
ଏହା ପୂର୍ବରୁ ଇନଷ୍ଟା ଷ୍ଟୋରୀରେ ନିଜ ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରତିକ୍ରିୟା ଦେଇ ଶ୍ରେୟସ ଜଣାଇଥିଲେ ଯେ, "ମୁଁ ବର୍ତ୍ତମାନ ସୁସ୍ଥ ହେବା ପ୍ରକ୍ରିୟାରେ ଅଛି ଏବଂ ପ୍ରତ୍ୟେକ ଦିନ ଅଧିକ ସୁସ୍ଥ ହେଉଛି। ପାଇଥିବା ସମସ୍ତ ପ୍ରକାରର ଶୁଭେଚ୍ଛା, ଭଲପାଇବା, ଆଶର୍ବାଦ ଏବଂ ସମର୍ଥନ ଦେଖି ମୁଁ ଗଭୀର କୃତଜ୍ଞ। ଏହା ପ୍ରକୃତରେ ବହୁତ ମୂଲ୍ୟବାନ। ମୋ ପାଇଁ ଏତେ ଚିନ୍ତା କରିଥିବାରୁ ଧନ୍ୟବାଦ।"
ଆହୁରି ପଢ଼ନ୍ତୁ: ଏ ବର୍ଷ ପଞ୍ଚୁକ ଚାରିଦିନ
ଆହୁରି ପଢ଼ନ୍ତୁ: EV Car Stopped: ମଝି ରାସ୍ତାରେ ବନ୍ଦ ହେଲା ୧୫ଲକ୍ଷର ଇଭି କାର୍, ଟାଣି ଟାଣି ଘରକୁ ନେଲା ୧.୫ଲକ୍ଷର ଇ-ରିକ୍ସା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/01/shreyas-iyer-2025-11-01-12-13-28.jpg)