Cricket bat and ball on green grass of cricket pitch
ଭୁବନେଶ୍ୱର: ଭଦ୍ରକରେ ଚାଲିଥିବା ତାରିଣୀ କ୍ରିକେଟ୍ ପ୍ରତିଯୋଗିତାରେ ରାଇଜିଂ ଷ୍ଟୁଡେଣ୍ଟ୍କୁ ୬୭ ରନ୍ରେ ହରାଇ କ୍ରାଉନ୍ ସ୍ପୋର୍ଟିଂ ଫାଇନାଲ୍ରେ ପ୍ରବେଶ କରିିଛି। କ୍ରାଉନ୍ ୨୦୨ ରନ୍ କରିଥିଲା। କିଷନ ରଥ (୭୫ ରନ୍, ୫୩ ବଲ୍), ଦେବରାଜ କର ୩୭ (୨୧ ବଲ୍) ଏବଂ ଜନ୍ମେଜୟ ନାୟକ ୨୦ ରନ୍ କରିଥିଲେ। ଜବାବରେ ରାଇଜିଂ ୧୧୫ ରନ୍ କରିପାରିଥିଲା। ଆଶିଷ ପ୍ରଧାନ ୩ ଏବଂ ସୂର୍ଯ୍ୟକାନ୍ତ ସାମଲ ୨ ଓ୍ଵିକେଟ୍ ନେଇଥିଲେ। କିଷାନ ରଥଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
Follow Us