ବଳଦେବଜୀଉ କ୍ରିକେଟ୍‌: କ୍ରାଉନ୍‌ ସ୍ପୋର୍ଟିଂ ବିଜେତା

Advertisment
ବଳଦେବଜୀଉ କ୍ରିକେଟ୍‌: କ୍ରାଉନ୍‌ ସ୍ପୋର୍ଟିଂ ବିଜେତା

ଭୁବନେଶ୍ୱର: ଭୁବନେଶ୍ୱର କ୍ରାଉନ୍‌ ସ୍ପୋର୍ଟିଂ ଦଳ ପାରାଦୀପର ହର୍ଷିନାଠାରେ ଚାଲିଥିବା ୨୮ତମ ବଳଦେବଜୀୟୁ କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେତା ହୋଇ ଲଗାତାର ଭାବେ ଟ୍ରଫି କବ୍‌ଜା କରିଛି। ଫାଇନାଲ୍‌ରେ କ୍ରାଉନ୍‌ ଦଳ ଭଦ୍ରକର ଚରମ୍ପା କ୍ରିକେଟ୍‌ କ୍ଲବ୍‌କୁ ୭୩ ରନ୍‌ରେ ପରାସ୍ତ କରିଥିଲା। କ୍ରାଉନ୍‌ ଦଳ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ କରିଥିଲା। ସିଦ୍ଧାନ୍ତ ଜେନା (୫୩, ୨୧ ବଲ୍‌), ଦେବରାଜ କର (୩୬, ୨୭ ବଲ୍‌), ସନ୍ଦୀପ ସେଠୀ (୨୭, ୧୨ ବଲ୍‌) ବିସ୍ଫୋରକ ବ୍ୟାଟିଂ କରିଥିଲେ। ଚରମ୍ପା ପକ୍ଷରୁ ପ୍ରଣବ ଦାସ ୩ ଏବଂ ସନ୍ତୋଷ ପରିଡ଼ା ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଚରମ୍ପା ଦଳ ୧୨୫ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଆଝାର ଅଲୀ (୫୦, ୩୦ ବଲ୍‌), ରାଜେଶ ବଳ (୨୦, ୨୫ ବଲ୍‌) କିଛିଟା ଭଲ ବ୍ୟାଟିଂ କରିଥିଲେ। ସୁଜିତ କୁଲୁ (୩/୨୫), ସୁଜିତ କୁଲୁ (୨/୨୧), ସିଦ୍ଧାନ୍ତ ଜେନା (୨/୨୭) ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ସିଦ୍ଧାନ୍ତ ଜେନା ଫାଇନାଲର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବାବେଳେ କିଷନ ରଥ ପ୍ରତିଯୋଗିତାର ଶ୍ରେଷ୍ଠ ଏବଂ ଦିବ୍ୟ ପଣ୍ଡା ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe