ପଦକ ହରାଇଲେ ରୁଷିଆର କ୍ରୁସେଲନିକ୍ସି

Advertisment
ପଦକ ହରାଇଲେ ରୁଷିଆର କ୍ରୁସେଲନିକ୍ସି

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): ଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ରୁଷୀୟ ଖେଳାଳି ଆଲେକ୍ସଜାଣ୍ଡର କ୍ରୁସେଲନିସ୍କିଙ୍କ ଜିତିଥିବା ପଦକକୁ ତାଙ୍କଠାରୁ ପ୍ରତ୍ୟାହାର କରିନିଆଯାଇଛି। ଡୋପ୍‌ ଟେଷ୍ଟ୍‍ରେ ବିଫଳ ହେବା ପରେ କ୍ରୁସେଲନିସ୍କି ଗୁରୁବାର ନିଜ ଦୋଷ କୋର୍ଟ ଅଫ୍‌ ଆର୍ବିଟେସନ୍‌ ଫର୍‌ ସ୍ପୋର୍ଟସ (କାସ୍‌) ଆଗରେ ମାନି ଯାଇଥିଲେ। ଏହି ବେନିୟମ କାର୍ଯ୍ୟ ପାଇଁ କାସ୍‌ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ବାସନ୍ଦ କରିଥିଲା। ଫଳରେ ପତ୍ନୀ ଆନାସ୍ତାସିଆ ବ୍ରିଜ୍‌ଗାଲୋଭାଙ୍କୁ ସାଥୀ କରି ମିଶ୍ରିତ ଯୁଗଳ କର୍ଲିଂରେ ଜିତିଥିବା କାଂସ୍ୟ ପଦକ ତାଙ୍କୁ ହରାଇବାକୁ ପଡ଼ିଛି। କାଂସ୍ୟ ମୁକାବିଲାରେ ଏହି ଯୋଡ଼ିଠୁ ହାରିଥିବା ନରେଓ୍ଵର କ୍ରିଷ୍ଟିନ୍‌ ସ୍କାସ୍ଲିନ୍‌ ଓ ମାଗ୍ନସ୍‌ ନେଦ୍ରେଗଟନ୍‌ଙ୍କୁ ପଦକ ଦେବାକୁ କାସ୍‌ ବିଶ୍ୱ କର୍ଲିଂ ମହାସଂଘ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସଂଘକୁ ନିର୍ଦେଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe