NDTV Sports
ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ସଫଳତାର କାହାଣୀ ବଖାଣିଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍ରାଉଣ୍ଡର ଆବି ମର୍କେଲ। ଧୋନି ଏବଂ ସ୍ଥିରତା ହିଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସିଏସ୍କେ ସଫଳତାର ଦୁଇଟି ପ୍ରମୁଖ କାରଣ ବୋଲି ମର୍କେଲ କହିଛନ୍ତି। ଧୋନି ଦଳ ପାଇଁ ବୃହତ୍ ଭୂମିକା ତୁଲାଇଥାନ୍ତି। ତାହାହିଁ ସିଏସ୍କେକୁ ଆଇପିଏଲ୍ର ଅନ୍ୟତମ ସର୍ବାଧିକ ସଫଳ ଦଳ ଭାବେ ଉଭା କରିଛି। ଆମେ ଜାଣିଛୁ ଧୋନି ଭାରତୀୟ ଦଳ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ। ତାଙ୍କ ସମୟରେ ସେ ଟ୍ବେଣ୍ଟି-୨୦ ଏବଂ ଧଳା ବଲ୍ କ୍ରିକେଟ୍ରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ପରିଗଣିତ ହେଉଥିଲେ। ଆଉ ଯଦି ତୁମେ ତାଙ୍କୁ ଜଣେ ନେତା ଭାବେ ପାଇବ ତାହାଲେ ସଫଳତାର ସ୍ବାଦ ଚାଖିବା ନିଶ୍ଚିତ ବୋଲି ମର୍କେଲ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ସିଏସ୍କେ ପକ୍ଷରୁ ଖେଳୁଥିବା ମର୍କେଲ ଆଇପିଏଲ୍ରେ ତୃତୀୟ ସର୍ବାଧିକ ୱିକେଟ୍ (୯୧) ଦଖଲକାରୀ ବୋଲର ରହିଥିଲା ବେଳେ ୨୦୧୯ ଜାନୁଆରିରେ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ନେଇଥିଲେ। ମର୍କେଲଙ୍କ କହିବା କଥା, ଧୋନିଙ୍କ ନେତୃତ୍ବରେ ସୁରେଶ ରାଇନା ଓ ଡ୍ବେନ୍ ବ୍ରାଭୋଙ୍କ ଭଳି ଖେଳାଳି ସିଏସ୍କେ ସଫଳତା ପାଇଁ ମଧ୍ୟ ଶ୍ରେୟ ପାଇବା ଉଚିତ। ଧୋନିଙ୍କ ନେତୃତ୍ବ ଓ ସ୍ଥିର ପ୍ରଦର୍ଶନ ବଳରେ ସିଏସ୍କେ ୮ ଥର ଆଇପିଏଲ୍ ଫାଇନାଲ୍ ପ୍ରବେଶ କରିଥିଲା। ଏହା ହିଁ ସିଏସ୍କେ ପାଇଁ ଧୋନିଙ୍କ ବଡ଼ ଅବଦାନ ବୋଲି ମର୍କେଲ କହିଛନ୍ତି।
Follow Us